ପ୍ରଧାନଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା
ହାଟଡିହି ( ପାର୍ଥ ସୌରଭ ସା): ତେମଳା ସ୍କୁଲର ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ପରିଡାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଛି। ଶିକ୍ଷକ ପ୍ରଫୁଲ୍ଲ କୁମାର ଜେନା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁର୍ବତନ ବିଇଓ ଧନେଶ୍ୱର ଖଣ୍ଡେଇ, ବର୍ତ୍ତମାନର ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କର ଅବସର ଜୀବନ ସୁଖମୟ ହେଉ ବୋଲି ପ୍ରାର୍ଥନା କରିବା ସହ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ସିଆରସିସି ଗଦାଧର ଜେନା, ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାରିଣୀ କିଙ୍କର ନନ୍ଦ, ଦୁର୍ଗା ପ୍ରସାଦ ସ୍ବାଇଁ, ରାଜେଶ କୁମାର ନାଥ, ପରିଚାଳନା କମିଟିର ସଭାପତି ବିମ୍ବାଧର ଜେନା, ଘନଶ୍ୟାମ ପେଡା ପ୍ରମୁଖ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଅନେକ ଅଭିଭାବକ ମାନେ ସାମିଲ୍ ହୋଇଥିଲେ।