ଜମିରେ କୀଟନାଶକ ସିଞ୍ଚନ ବେଳେ ଗୁରୁତର ହୋଇ ମୃତ୍ୟୁବରଣ ଶ୍ରମିକ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପାଟି ଗ୍ରାମର ଜଣେ କୃଷିଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ଜଣକ ଜମିରେ କୀଟନାଶକ ସିଞ୍ଚନ ବେଳେ ଗୁରୁତର ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ତାମଡା ଲକ୍ଷ୍ମୀନାରାୟଣ (56) ଯିଏକି ଜମିରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ ସେ କୀଟନାଶକ ଔଷଧ ସିଞ୍ଚନ କରିଥିଲେ । ଏହାପରେ ନିଜ ଘରକୁ ଆସି ଶୋଇପଡିଥିଲେ । ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ନ ଉଠିବାରୁ ପରିବାର ଲୋକେ ଉଠାଇଥିଲେ । ହେଲେ ସେ ନ ଉଠିବାରୁ ଘର ଲୋକେ ସନ୍ଦେହ କରିଥିଲେ । ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ଗୁରାଣ୍ଡି ଥାନାରେ 4/26 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଆଜି ଶବକୁ ବ୍ୟବଚ୍ଛେଦ କରି ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ତଦନ୍ତ ଜାରୀ ରହିଥିବାର ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ପ୍ରଦାନ କରିଛନ୍ତି । ଏହି ଘଟଣାର ତଦନ୍ତ ଏସ୍ଆଇ ଅମ୍ବିକା ବେଣିଆ ତଦନ୍ତ କରୁଛନ୍ତି । ଅପରପକ୍ଷେ ତାମଡା ଲକ୍ଷ୍ମୀନାରାୟଣ ଜଣେ ନିହାତି ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କର ପରିବାରରେ ଦିବ୍ୟାଙ୍ଗ ପୁଅ ଓ ସ୍ତ୍ରୀ ରହିଛନ୍ତି । ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି ପରିବାରବର୍ଗ । ତେଣୁ ସରକାରୀ ସହାୟତା ପ୍ରଦାନ କରାଗଲେ ତାଙ୍କ ପରିବାରବର୍ଗ ଉପକୃତ ହୋଇପାରିବେ ବୋଲି ଗ୍ରାମବାସୀ କହିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ