ୟୁରିଆ ସାର ଲାଗି ଲ୍ୟାମ୍ପକୁ ଘେରିଲେ ଚାଷୀ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ) : ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆ ଯାଉଛି ବୋଲି ସରକାର କହୁ ଥିବାବେଳେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଲ୍ୟାମ୍ପରେ ସମ୍ପୂର୍ଣ ଭାବେ ବ୍ୟତିକ୍ରମ ହୋଇଛି। ଚାଷୀ ସାର ପାଇଁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେବାରୁ ବିକ୍ଷୋଭ ପ୍ରଦର୍ଶନ କରି ପ୍ରଥମେ ଘେରାଉ ପରେ ତାଲା ପକାଇଥିଲେ। ପରେ ବୁଝାସୁଝା କରିବା ପରେ ଲ୍ୟାମ୍ପ ଏମଡି ନଶୁଣିବାରୁ ଧଷେଇ ପଶିଥିଲେ। ପରେ ଉଭୟଙ୍କ ମଧ୍ୟରେ ରାଜି ହେବାପରେ ସାର ବଣ୍ଟନ ସମୟରେ ପୁଣି ଅନଲାଇନ ହେଲେ ସାର ପ୍ରଦାନ କରାଯିବ ବୋଲି ଲ୍ୟାମ୍ପ ଏମଡି ତାରିଣୀ ପ୍ରସାଦ ତ୍ରିପାଠୀ କହିବାରୁ ରାସ୍ତାରୋକ କରି ଚାଷୀ ଆନ୍ଦୋଳନ କରି ରାସ୍ତାରେ ବସି ଲେମ୍ପରେ ହେଉଥିବା ସାର ବଣ୍ଟନ ଓ କୃଷକ ଖରୀପ ଋତୁ ମଣ୍ଡି ରେଜିଷ୍ଟେସନରେ ବ୍ୟାପକ ଦୃର୍ନୀତି ହେଉଥିବା ଅଭିଯୋଗରେ ପ୍ରତିବାଦ କରି ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଥିଲେ। ପରେ ପୋଲିସ, ତାସିଲଦାର, ଏଆରସିଏସ ଓ ଚଷୀ ଗୁଡୁଲା ପ୍ରସାଦ, କିଶୋର ଚନ୍ଦ୍ର ପଢି, ଡୁଲୁ କନ୍ଧପାଣି ଓ ନେତାମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ। ଘଟଣା ହେଲେ ଚାଷୀଙ୍କୁ ରୁଆ ସରିବା ପରେ ମଧ୍ୟ ୟୁରିଆ, ଡ଼ିଏପି, ୨୦-୨୦ ସାର ଲ୍ୟାମ୍ପରେ ହଜାର ହଜାର ବସ୍ତା ମହଜୁଦ ରହିଥିଲେ ଚାଷୀଙ୍କୁ ବଣ୍ଟନ କରାଯାଉ ନଥିବାରୁ ଏଭିଳି ସମସ୍ୟା ସ୍ତୁଷ୍ଟି କରିଛି ଲ୍ୟାମ୍ପ। ମୁଖ୍ୟତଃ କୃଷି ବିଭାଗ ଓ ଲ୍ୟାମ୍ପ ମିଳିତରେ କଳା ବଜାରୀଙ୍କ ସାର ପ୍ରଥମେ ଅଧିକା ଦାମରେ ଶେଷହେଲେ ପରେ ଲ୍ୟାମ୍ପରେ ସାର ବିକ୍ରି କରିବା ମସୁଦ୍ଧା ଆଜି ଚାଷୀମାନେ ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରି ଏଭଳି ନିଷ୍ପତି ନେଇଥିଲେ।ବ୍ଲକର ୧୪ଗୋଟି ପଞ୍ଚାୟତ ଶହ ଶହ ଚାଷୀ ସାର ନେବାକୁ ଆଡିଲେ ପ୍ରଥମେ ଲୋନି ଚାଷୀଙ୍କୁ ପ୍ରାଥମିକତା ପରେ ଅନ୍ୟ ଚାଷୀଙ୍କୁ ଦିଆଯିବ। ମିତିକି ଜଣେ ଚାଷୀଙ୍କୁ ୪ଟି ଲେଖାଏଁ ୟୁରିଆ ଦେବା ବଦଳରେ ଵର୍ତମାନ ସୁଦ୍ଧା ଗୋଟିଏ ମଧ୍ୟ ବଣ୍ଟନ କରାଯାଇ ନଥିବାରୁ ଏଭଳି ସମସ୍ୟା ଉପୁଜିଛି। ଆଜି ସମସ୍ତ ପଞ୍ଚାୟତରୁ ହଜାର ହଜାର ଆସି ୟୁରିଆ ମାଗିଥିଲେ। କିନ୍ତୁ ଅନଲାଇନ ତେ ବିକ୍ରି ପାଇଁ କୁଆଡେ ଅନୁମତି ମିଳିନଥିବାରୁ ବିକ୍ରି କରିନଥିଲା ଲ୍ୟାମ୍ପ। ପରେ ଚାଷୀ ପ୍ରଶାସନ ଓ ଲ୍ୟାମ୍ପ ମିଶି ଆଲୋଚନା କରିଥିଲେ।ପରେ ପ୍ରତି ଚାଷୀଙ୍କୁ ତିନଟି ଲେଖାଏଁ ସାର ବଣ୍ଟନ କରିଥିବା ଚାଷୀ ପ୍ରକାଶ କରିଛନ୍ତି।କିନ୍ତୁ କେତେକ ଅସାଧୁ ଅଫିସର ଲ୍ୟାମ୍ପରେ ସାର ବଣ୍ଟନରେ ଏହାର ଫାଇଦା ନେଇଥିବା ଚାଷୀ ଅଭିଯୋଗ କରିଛନ୍ତି।ଏସମ୍ପର୍କରେ ଏଆରସିଏସ ଜନ୍ମଜୟ ମହାପାତ୍ର ପଚାରିବାରୁ ମୁଆସି ଚାଷୀଙ୍କ ଠାରୁ ଆଧାର କାର୍ଡ ମାଗି ୟୁରିଆ ସାର ପ୍ରଦାନ କରାଗଲା କିନ୍ତୁ ଆଗରୁ କାହଁକି ଚାଷୀଙ୍କୁ ୟୁରିଆ ସାର ପ୍ରଦାନ କରାଗଲାନି ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।ଆସନ୍ତା କାଲି ମଧ୍ୟ ପ୍ରଦାନ କରାଯିବ ବୋଲି କହିଥିଲେ।