ଗୋଲିଆରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଉଭୟ ଗୋଷ୍ଠୀ ପକ୍ଷରୁ ମାମଲା

ବୁଗୁଡ଼ା, (ଅନୀଲ କୁମାର ମହାରଣା) : ବୁଗୁଡ଼ା ପୋଲିସ ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ବୁଗୁଡା ମେଡ଼ିକାଲରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକ ଜଣକ ହେଲେ ଗୋଲିଆ ଗ୍ରାମ ତେଲୁଗୁ ସାହିର ଗଣେଶ ମହାପାତ୍ର। ଶୁକ୍ରବାର ରାତି ପ୍ରହ ୮ଟା ସମୟରେ ଗଣେଶ ଏକ ଦୋକାନ ସମ୍ମୁଖରେ ଠିଆ ହୋଇଥିବା ବେଳେ କିଛି ଦୁର୍ବୃତ୍ତ ସଂଘବଦ୍ଧ ହୋଇ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ଆହତ ଗଣେଶକୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲେ। ଆକ୍ରମଣରେ ତାଙ୍କର ବାମ ଗୋଡ ଓ ହାତ ଭାଙ୍ଗିଥିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ଗଣେଶଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ବୁଗୁଡା ପୋଲିସ ମେଡିକାଲ ଓ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଶନିବାର ଦିନ ଗଣେଶଙ୍କ ମାଆ ଶାନ୍ତି ମହାପାତ୍ର ସଂଘବଦ୍ଧ ଆକ୍ରମଣରେ ପୂର୍ଣଚନ୍ଦ୍ର ପୋଲେଇ, ସୁନିଲ ପ୍ରଧାନ, ରୂପକ ସେଠୀ, ଦୁତିକୃଷ୍ଣ ପୋଲେଇ, ଜିଗଲ ବିଷୋୟୀ, ମହେଶ୍ବର ଜେନା, ବିକାଶ ସାମଲ, ଭଗବାନ ଓଝା, ରୁଦ୍ର ସ୍ବାଇଁ, ସୋମନାଥ ଗୌଡ, ସନ୍ଯାସୀ ନାହାକ, ଓମ୍ ସ୍ବାଇଁ ଓ ଶୁଭମ୍ ସ୍ବାଇଁ ସମ୍ପୃକ୍ତି ଥିବା ଦର୍ଶାଇ ବୁଗୁଡା ଥାନାରେ ଅଭିଯୋଗ କରିଥିଲେ। ସେହିପରି ଗୋଲିଆ ଗ୍ରାମର ରୂପକ ସେଠୀ ଓ ଗିତାଞ୍ଜଳୀ ପୋଲେଇ ବୁଗୁଡା ଥାନାରେ ଅଭିଯୋଗ କରିଥିଲେ ଯେ ସେହି ଗ୍ରାମର ଗଣେଶ ମହାପାତ୍ର, ତାପସ ପ୍ରଧାନ, ମାନସ ପ୍ରଧାନ, ସୁବ୍ରତ ଜେନା, କହ୍ନେଇ ରାଉତଙ୍କ ସମେତ ଅନ୍ୟ ମାନେ ସେ ଦୁହିଁଙ୍କୁ ଗାଳିଗୁଲଜ କରିବା ସହିତ ମାଡ ମାରି ସୁନା ଅଳଙ୍କାର ଓ ଟଙ୍କା ଛଡ଼ାଇ ନେଇଛନ୍ତି। ଅଭିଯୋଗ ପରେ ବୁଗୁଡା ପୋଲିସ ଉଭୟ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ