ଜଙ୍ଗଲ ରେ ଟେଣ୍ଟ କପଡା ଘେରାଇ ପର୍ଯ୍ୟଟକଙ୍କୁ ଶୋଷଣ: ତେଜୁଛି ପର୍ଯ୍ୟଟକଙ୍କ ଅସନ୍ତୋଷ
କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଅସ୍ତରଙ୍ଗ ପୀରଜାହାନିଆ ପରିଚିତ। ପର୍ଯ୍ୟଟନ ଋତୁ ଆସିଲେ ପୀରବାବା ଙ୍କୁ ଦର୍ଶନ କରିବା ସହ ଝାଉଁ ଜଙ୍ଗଲ ମଧ୍ୟରେ ବଣଭୋଜି ସହ ବିସ୍ତିର୍ଣ୍ଣ ବେଳାଭୂମି ରେ ସ୍ନାନ କରି ମଜା ନେବାକୁ। କିନ୍ତୁ ଦୈନିକ ହଜାର ହଜାର ଲୋକ ପୀରଜାହାନିଆ ବଣଭୋଜି କରିବାକୁ ଆସୁଥିବା ପର୍ଯ୍ୟଟକ ପିଣ୍ଡି ଓ ଜଙ୍ଗଲରେ ଟେଣ୍ଟ କପଡା କୁ ନେଇ ଜୁଲମ ଶିକାର ହେଉଛନ୍ତି। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଅଗୋଚରରେ ତଳ ସ୍ତରୀୟ ଅଧିକାରୀ ସବୁଜାଣି ନିରବ ସାଜିଛନ୍ତି। ଏଭଳି ଜୁଲମ ଫଳରେ ପର୍ଯ୍ୟଟକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପରିମଳ ବ୍ୟବସ୍ଥା, ପାନୀୟ ଜଳଯୋଗାଣ ସୁରକ୍ଷା ବ୍ୟବସ୍ଥା ଆଦି ମୌଳିକ ସୁବିଧା ନଥାଇ ସ୍ଥାନୀୟ ବ୍ୟବସାୟୀ ଓ କିଛି ମହିଳା ଏପରି ଶୋଷଣ କୁ ପର୍ଯ୍ୟଟକ ଅସନ୍ତୁଷ୍ଟ। ପୁରୀ ଜିଲ୍ଲା ଅସ୍ତରଙ୍ଗ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ। ସମୁଦ୍ର ର ନୀଳଜଳରାଶି ସାଙ୍ଗକୁ ଝାଉଁ ଜଙ୍ଗଲ ମଧ୍ୟରେ ବଣଭୋଜି କରିବାକୁ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିଥାଏ। ବର୍ଷ ସାରା ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ବିଶେଷ କରି ନଭେମ୍ବର ରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ବଣଭୋଜି କରିବାକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। ମନୋରମ ପ୍ରାକୃତିକ ପରିବେଶ ବଣଭୋଜି କରିବାକୁ ରାଜ୍ୟ ତଥା ବିଭିନ୍ନ କୋଣ ଅନୁକୋଣ ରୁ ସୁଅ ଛୁଟିଥାଏ। ପ୍ରଶାସନ ପକ୍ଷରୁ ପର୍ଯ୍ୟଟନସ୍ଥଳୀ ଉର୍ନ୍ନତି କରଣ କରାଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳ କିଛି ଅସାଧୁ ବ୍ୟବସାୟୀ, କିଛି ମହିଳା ଙ୍କ ପାଇଁ ପର୍ଯ୍ୟଟକ ଶୋଷଣ ଶିକାର ହେଉଛନ୍ତି। କିନ୍ତୁ ଛୁରିଆନା ପଂଚାୟତ ତରଫରୁ ପାର୍କିଂ ଫି ଆଦାୟ ହେଉଛି କିନ୍ତୁ ବଣଭୋଜି କରିବାକୁ ଆସୁଥିବା ପର୍ଯ୍ୟଟକ ଙ୍କୁ ବିଭିନ୍ନ ମାଧ୍ୟ୍ୟମରେ ଶୋଷଣ କରାଯାଉଛି। ସ୍ଥାନୀୟ ଅଞ୍ଚଳବ୍ୟବସାୟୀ ଜଙ୍ଗଲର ଅନେକ ସ୍ଥାନକୁ ଟେଣ୍ଟ କପଡା କିମ୍ବା ସୂତା ପାଲ ମାଧ୍ୟ୍ୟମରେ ଘେରାଉ କରି ଶୋଷଣ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳ ପୀରଜାହାନିଆ କେବଳ ଟେଣ୍ଟ କପଡା ରେ ଆଚ୍ଛାଦିତ ହେଉଛି।ଏହା ସହ ପ୍ରତ୍ୟେକ ଦିନ ମଧ୍ୟାହ୍ନ ସମୟ ହେଲେ କିଛି ମହିଳା ମାନେ ବଡ଼ ପିଣ୍ଡି ୨ଶହ ଟଙ୍କା, ମଧ୍ୟମ ପିଣ୍ଡି ୧୫୦ଟଙ୍କା, ଏହା ସହ ଜଙ୍ଗଲ ଭିତରେ ସ୍ଥାନ ଅନୁଯାୟୀ ୫୦ଟଙ୍କା, ୧୦୦ଟଙ୍କା ଆଦାୟ କରୁଛନ୍ତି। ଯାହାକି ଶୋଷଣ ଶିକାର ହେଉଛନ୍ତି ପର୍ଯ୍ୟଟକ। କାହା ନିର୍ଦ୍ଧେଶ ଏଭଳି କାର୍ଯ୍ୟ ଓ ପର୍ଯ୍ୟଟକ ଙ୍କୁ ଶୋଷଣ ଚାଲିଛି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି। ବଳ ପୂର୍ବକ ଅଧିକ ଫି “ଆଦାୟ କରୁଥିବା ପର୍ଯ୍ୟଟକ ମାନେ ଅଭିଯୋଗ କରିଛନ୍ତି।
ମହିଳା ମାନେ ଅନେକ ପର୍ଯ୍ୟଟକ ଙ୍କୁ ରସିଦ ଦେଉଥିବା ବେଳେ ଅନେକ ଲୋକଙ୍କୁ ରସିଦ ଦେଉନାହାନ୍ତି। ବାହାରୁ ପରିବାର ତଥା ସାଙ୍ଗ ସାଥି ଙ୍କ ସହ ଆସିଥିବା ପର୍ଯ୍ୟଟକ ଅଯଥାରେ ବିବାଦରେ ନପସି ସେମାନେ ମାଗୁଥିବା ଟଙ୍କା ବଢା଼ଉ ଦେବାକୁ ବାଧ୍ୟ ହେଉଛନ୍ତି। ଯାହାକୁ ନେଇ ପର୍ଯ୍ୟଟକ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।ତିକ୍ତ ଅନୁଭୂତି ନେଇ ପର୍ଯ୍ୟଟକ ଫେରୁଛନ୍ତି।
ଏ ସମ୍ପର୍କ ରେ ଅସ୍ତରଙ୍ଗ ବିଡ଼ିଓ ସୁଶ୍ରୀ ସସ୍ମିତା ବେହେରା ଙ୍କୁ ଯୋଗାଯୋଗ ଉଦ୍ୟମ କରାଯାଇଥିବା ବେଳେ ସମ୍ଭବ ହୋଇପାରିନଥିଲା। ଏ ସମ୍ପର୍କ ରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀଯୁକ୍ତ ସରୋଜକାନ୍ତ ପ୍ରଧାନ କହିଛନ୍ତି, ଏମିତି ପର୍ଯ୍ୟଟକ ଙ୍କୁ ଶୋଷଣ ଅନୁଚିତ, ଏ ସମ୍ପର୍କ ରେ ବିଡ଼ିଓ ଙ୍କ ସହ ଆଲୋଚନା କରିବି ବୋଲି ସୂଚନା ଦେଇଛନ୍ତି।


