ଆର୍ଥିକ ସ୍ୱାକ୍ଷରତା ଅଭିଯାନ ଶିବିର

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତସ୍ଥିତ ମହତାବ ମଇ ବିଦ୍ୟାଳୟ ପରିସରରେ ସଞ୍ଚୟ ଓ ଆର୍ଥିକ ସେବା ନିର୍ଦ୍ଦେଶାଳୟ ଅର୍ଥ ବିଭାଗ, ଓଡିଶା ସରକାର ତଥା ଭଦ୍ରକ ଜିଲା ଆର୍ଥିକ ସେବା ଓ ସଞ୍ଚୟ ବିଭାଗ ଆୟୋଜନରେ ଆର୍ଥିକ ସ୍ୱାକ୍ଷରତା ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ମୋନାଲିସା ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ଭଦ୍ରକ ଲିଡ୍ ବ୍ୟାଙ୍କର ଏଲ.ଡି.ଏମ ରାଜୀବ କୁମାର ରଞ୍ଜନ, ଭଦ୍ରକ ମୁଖ୍ୟ ଡାକ ବିଭାଗ କାର୍ଯ୍ୟାଳୟର ଅଧିକ୍ଷକ ଲକ୍ଷ୍ମୀ ନାରାୟଣ ମିଶ୍ର, ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ପରିଚାଳକ ସୌମ୍ୟଦର୍ଶୀ ପରିଜା, ପୂର୍ବତନ ଜିଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ପଦ୍ମନ କୁମାର ରାୟ, ଆର୍ଥିକ ସ୍ୱାକ୍ଷରତା ପରାମର୍ଶଦାତା ଅଶ୍ୱିନୀ କୁମାର ନାୟକ, ଭଦ୍ରକ ସାଇବର ଇନ୍‌ଚାର୍ଯ ବନ୍ଦନା ଦେବୀ, ମୋନାଲିସା ମାଝୀ, ପ୍ରଧାନ ଶିକ୍ଷକ ରମାକାନ୍ତ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ସକ୍ରିୟ ସଞ୍ଚୟ ଯୋଜନା, ଡିଜିଟାଲ ଆର୍ଥିକ ସେବା ଗୁଡିକର ଚତୁର ବ୍ୟବହାର, ସାଇବର ସୁରକ୍ଷା, ଓଡିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା, ସ୍ୱଳ୍ପ ସଞ୍ଚୟ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା, ସୁରକ୍ଷିତ ଡିଜିଟାଲ ବ୍ୟାଙ୍କିଙ୍ଗ ଅଭ୍ୟାସ ଉପରେ ଲୋକ ମାନଙ୍କୁ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଡି.ଓ(ପିଏଲଆଇ) କଳାକର ଶତପଥି, ପ୍ରଦୀପ କୁମାର ନାୟକ, ସୌମ୍ୟା ସୁଲଗ୍ନା ସାହୁ, ସୁତପା ବିଜୟିନୀ ଓଝା, ସନ୍ତୋଷ କୁମାର ଘଡେଇ, ମଣିଭଦ୍ର ସେଠୀ, ପିତାମ୍ବର ସ୍ୱାଇଁ, ଅଶୋକ କୁମାର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ଅଙ୍ଗନୱାଡି କର୍ମୀ ଓ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଅଭିଭାବିକାଙ୍କ ସମେତ ବନ୍ତ ଉପ ଡାକ ଘର କର୍ମଚାରୀ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ