ବଡ଼ରମ୍ପାସରେ ଅଗ୍ନିକାଣ୍ଡ, ଜଳିଗଲା ୨ ବଖରା ଚାଳଘର

ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ଅଧିନସ୍ଥ ବଡ଼ରମ୍ପାସ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୨ ବଖରା ଚାଳଘର ଜଳିପୋଡି ପାଉଁଶ ହୋଇଯାଇଛି । ଗ୍ରାମର ଅକ୍ଷୟ ସେଠୀ ନାମକ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଘରେ ନଥିବା ବେଳେ ଅପରାହ୍ନ ୩ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ଅକ୍ଷୟଙ୍କ ଘରେ ଥିବା ସମସ୍ତ ଗୃହାପକରଣ ସାମଗ୍ରୀ ପୋଡି ନଷ୍ଟ ହୋଇ ଯାଇଛି। ସେ ଜଣେ ଭିନ୍ନ କ୍ଷମ ହୋଇଥିବା ବେଳେ ତାଙ୍କ ଟ୍ରାଇ ସାଇକେଲଟି ବି ପୋଡ଼ି ଯାଇଛି। ସେ ଜଣେ ଗରିବ ଅସହାୟ ବ୍ୟକ୍ତି ହୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ତାଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି। ଖବରପାଇ ହାଟଡିହି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା। ଉକ୍ତ ବ୍ୟକ୍ତିଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ