ଆମ ବସ୍‌ରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କଟକ, (ଓ୍ବାଇଏନଏସ): କଟକ ଜିଲ୍ଲା ଫୁଲନଖରା-ନିଆଳୀ ରାସ୍ତାର ଅଡ଼ଶପୁର ବସ୍‌ଷ୍ଟାଣ୍ଡରେ ଏକ ଆମ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି। ବସ୍‌ରୁ ହଠାତ୍ ଧୂଆଁ ବାହାରିବା ଦେଖି ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ଯାତ୍ରୀମାନେ ତୁରନ୍ତ ବସ୍‌ରୁ ଓହ୍ଲାଇ ଆସିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି। ସୌଭାଗ୍ୟବଶତଃ ଏହି ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ଅଡ଼ଶପୁର କଲେଜ ଅଭିମୁଖେ ଯାଉଥିବା ଆମ ବସ୍‌ଟି ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ସମୟରେ ହଠାତ୍ ଏଥିରୁ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା। ଏହା ଦେଖି ବସ୍‌ରେ ଥିବା ଯାତ୍ରୀମାନେ ତୁରନ୍ତ ଓହ୍ଲାଇ ପଡ଼ିଥିଲେ। ଖବର ପାଇ ଅଡ଼ଶପୁର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଫଳରେ ନିଆଁ ଅଧିକ ବ୍ୟାପିବାରୁ ରୋକାଯାଇପାରିଥିଲା। ତେବେ ବସ୍‌ରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଯାତ୍ରୀଙ୍କ ସତର୍କତା ଓ ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପ ଯୋଗୁଁ ଏକ ବଡ଼ ଅଘଟଣ ଏଡ଼ାଇ ଦିଆଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ