ଅଗ୍ନିଶମ ବିଭାଗର ମକ୍‌ଡ୍ରିଲ୍ କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍) : ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଗ୍ରାମ ସ୍ଥିତ ଆଦର୍ଶ ଶିଶୁ ମନ୍ଦିର ପରିସରରେ ଶନିବାର ଆସିକା ଅଗ୍ନିଶମ ବିଭାଗ ପକ୍ଷରୁ ଏକ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ (ମକ୍‌ଡ୍ରିଲ୍‌) ଓ ଅଗ୍ନିସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାବନପୁର ଗ୍ରାମ ଚିଦାନନ୍ଦ ବିହାର ସ୍ଥିତ ଆଦର୍ଶ ଶିଶୁ ମନ୍ଦିରର ପରିଚାଳନା କମିଟି ସଭାପତି ବିଜୟ କୁମାର ନାୟକଙ୍କ ସଂଯୋଜନା ଓ ଶିକ୍ଷାନୁଷ୍ଠାନର ପ୍ରଧାନାଚାର୍ଯ୍ୟ ସତ୍ୟବାନ୍‍ ଗୌଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମକ୍‍ଡ୍ରିଲ୍‍ ତଥା ଅଗ୍ନିସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ଓ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଅଗ୍ନିଶମ ସେବାକେନ୍ଦ୍ରର କେନ୍ଦ୍ର ଅଧିକାରୀ ସନତ ପ୍ରଧାନ, ମୁଖ୍ୟ ଅଗ୍ନିଯୋଦ୍ଧା ଅଶୋକ କୁମାର ବାରିକ, ଗାଡିଚାଳକ ସନ୍ତୋଷ ନାୟକ, ଅଗ୍ନିଯୋଦ୍ଧା ପ୍ରକାଶ କହଁର ଏବଂ ଶୁଭ୍ରଜିତ୍‍ ସାହୁ ଓ ଏଡି ଅଭିଜିତ୍‍ ପ୍ରମୁଖ ଯୋଗଦେଇ ଏହି ଅଗ୍ନିସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଓ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ (ମକ୍‍ଡ୍ରିଲ୍‍) କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିବା ସହ ଶିକ୍ଷାନୁଷ୍ଠାନ ପରିସରରେ ଗୋଷ୍ଠୀସ୍ତରୀୟ ସାମୁହିକ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ କରାଯାଇଥିଲା । ଏଥିରେ ଟାୱାର ଲାଇଟ୍‌, ଯନ୍ତ୍ରଚାଳିତ କରତ, ଜେନେରେଟର୍‌, ଷ୍ଟେଚର୍‌, ମେଗାଫୋନ, ଗ୍ୟାସ୍ ଇତ୍ୟାଦିର ବ୍ୟବହାର ସମ୍ବନ୍ଧରେ ଅଭ୍ୟାସ କରାଯାଇଥିଲା ବେଳେ ଅଗ୍ନିଶମ ସେବା ବାହିନୀ ଏଥିରେ ଭାଗ ନେଇ ଉଦ୍ଧାର କୌଶଳ ପ୍ରଦର୍ଶନ କରିଥିଲେ । ବନ୍ୟା ଓ ବାତ୍ୟା ଭଳି ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ବାବନପୁର ଚିଦାନନ୍ଦ ବିହାର ସ୍ଥିତ ଆଦର୍ଶ ଶିଶୁ ମନ୍ଦିରରେ ଅନୁଷ୍ଠିତ ହୋଇଥିବା ଏହି ମକ୍‌ଡ୍ରିଲ୍ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର କର୍ମଚାରୀ ବଙ୍ଗାଳୀ ନାହାକ, ବନିତା ବେହେରା, ମଧୁସ୍ମିତା ପାତ୍ର, ସ୍ୱର୍ଣ୍ଣଲତା ଗୌଡ, ଅମିଷା ବାଡତ୍ୟା, ପ୍ରଭାତୀ ମହାରଣା, ସ୍ନେହପ୍ରଭା ନାୟକ, ଗିରିଜା ନନ୍ଦିନୀ ବେହେରା, ମୋନାଲିଶା ବିଷୋୟୀ, ତପସ୍ୱିନୀ ଗୌଡ, ସସ୍ମିତା ସାହୁ, ସେବତୀ ନାୟକ, ମଦନ ମୋହନ ବାଡତ୍ୟା, ପ୍ରକାଶ ଚନ୍ଦ୍ର ସ୍ୱାଇଁ, ବସନ୍ତ କୁମାର ସାହୁ, ରାଜୀବ ଲୋଚନ ସାହୁ, ରବିନ୍ଦ୍ର କୁମାର ନାୟକ, କାଳୁଚରଣ ନାହାକଙ୍କ ସମେତ ଶିକ୍ଷାନୁଷ୍ଠାନର ବହୁ କାର୍ଯ୍ୟକର୍ତ୍ତା ଓ ଅଧ୍ୟୟନରତ ଥିବା ବିଦ୍ୟାର୍ଥୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ