ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ: 3 ଲକ୍ଷ ନଗଦ ପୋଡି ପାଉଁଶ ହୋଇଗଲା ଜିନିଷପତ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଆଜି ମଧ୍ୟାହ୍ନରେ ସର୍ଟସର୍କିଟ ଯୋଗୁଁ ଏକ ଘର ସମ୍ପୂର୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି. ଏଥିରେ 3 ଲକ୍ଷ ଟଙ୍କାର ନଗଦ ସହ ଘରର ସବୁକିଛି ପୋଡି ପାଉଁଶ ହୋଇଯାଇଛି. ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ସହରର ୱାର୍ଡ ନଂ -6 ରେ ଥିବା ସେରୀ ସାହିର ବି. ଚୋଟାୟାଙ୍କ ଘରେ ଆଜି ମଧ୍ୟାହ୍ନରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା. ଏହି ସମୟରେ ଘର ମାଲିକ କିମ୍ବା ଅନ୍ୟ ସଦସ୍ୟ ମାନେ କେହି ଘରେ ନଥିଲେ. ଘର ମାଲିକଙ୍କ ପତ୍ନୀ ବୋଡାମ୍ମା ପାରଳା ବଜାରରେ ଜଣେ ପରିବା ବିକାଳୀ ଭାବେ ସବୁଦିନ ଭଳି ପରିବା ବିକ୍ରି କରୁଥିଲେ. ଘର ମାଲିକ ଅନ୍ୟ 3 ଜଣ ସଦସ୍ୟ ଘରେ ତାଲା ଝୁଲାଇ କୌଣସି କାମରେ ବାହାରକୁ ଯାଇଥିଲେ. ଘରଟି ଅଗ୍ନିକାଣ୍ଡରେ ହୁତୁହୁତୁ ହୋଇ ଜାଳିବା ଦେଖି ସାହି ଲୋକେ ନିଆଁ ଲାଗିଥିବା ଘରର ଲୋକଙ୍କୁ ଜଣେଇବା ସହ ପାରଳାଖେମୁଣ୍ଡି ଦମକଳ ବାହିନୀକୁ ଖବର ଦେଇଥିଲେ. ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲେ. ନଚେତ ସେହି ସାହିର ଅନ୍ୟ ଘରକୁ ଏହି ନିଆଁ ବ୍ୟାପୀ ଥାନ୍ତା. ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଅଗ୍ନିକାଣ୍ଡ ଘଟିଥିବା ଘରର ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା. ଏପରିକି ଘରେ ସାଇତି ରଖିଥିବା 3 ଲକ୍ଷ ଟଙ୍କା ନଗଦ, ଘର ଡ଼କ୍ୟୁମେଣ୍ଟ ସହ ସବୁକିଛି ପୋଡି ପାଉଁଶ ହୋଇଯାଇଛି. ଘର ଲୋକେ ପିନ୍ଧିଥିବା ପୋଷାକ ଛଡା ଆଉ କିଛି ତାଙ୍କ ପାଖରେ ନାହିଁ. ପ୍ରଶାସନ ଏହି ପରିବାରକୁ ସମସ୍ତ ସହଯୋଗ କରନ୍ତୁ ବୋଲି ଅଞ୍ଚଳବାସୀ ନିବେଦନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ