ସମବାୟ ଚିନିଶିଳ୍ପରେ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର
ଆସିକା (ୱାଇଏନ୍ଏସ୍): ଜାତୀୟ ସୁରକ୍ଷା ପରିଷଦର ପରାମର୍ଶକ୍ରମେ ବ୍ରହ୍ମପୁର ସ୍ଥିତ ସନାତନ ଚାରିଟେବୁଲ୍ ଟ୍ରଷ୍ଟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସିକା ସମବାୟ ଚିନିଶିଳ୍ପର କୃôଷକ ଭବନ ପରିସରରେ ତ୍ରିଦିବସୀୟ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଓ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ, ପରାମର୍ଶ ଓ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ସାଧନ ବ୍ୟକ୍ତି ତଥା ପ୍ରଶିକ୍ଷକ ଭାବେ ଡଃ ସୁଶାନ୍ତ କୁମାର ସାସମଲ ଯୋଗଦେଇ ଦୁର୍ଘଟଣା, ରକ୍ତସ୍ରାବ, ବିଦ୍ୟୁତ ଆଘାତ, ହୃଦ୍ଘାତରେ ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବା ପାଇଁ ଆବଶ୍ୟକ ପଡୁଥିବା ପ୍ରାଥମିକ ଚିକିତ୍ସା ସମେତ ଅନ୍ୟାନ୍ୟ ଦୁର୍ବିପାକ ତଥା ବିପଦ ସମୟରେ କିପରି ପ୍ରାଥମିକ ଜରୁରୀକାଳୀନ ସହାୟତା ଯୋଗାଇ ଦିଆଯାଇପାରିବ ଓ ହୃତ୍ପିଣ୍ଡ ଏବଂ ଶ୍ୱାସକ୍ରିୟାର ପୁନର୍ଜିବନୀ ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ପ୍ରଦାନ କରିଥିଲେ । ଆସିକା ସମବାୟ ଚିନିଶିଳ୍ପର କୃଷକ ଭବନ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ପ୍ରାଥମିକ ଚିିକିତ୍ସା ପ୍ରଶିକ୍ଷଣ ଶିବିରର ଉଦ୍ଯାପନୀ ଦିବସରେ ଶିଳ୍ପାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଏବଂ ପରିଚାଳନା ପରିଷଦର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବରାଡ, ବସନ୍ତ କୁମାର ଦଳେଇ, ସନ୍ତୋଷ ପ୍ରଧାନ, ଧର୍ମୁ ପ୍ରଧାନ, ନିରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ସମୟରେ ପ୍ରାଥମିକ ଚିକିତ୍ସାର ଆବଶ୍ୟକତା ଓ ଉପଯୋଗିତା ଉପରେ ଆଲୋକପାତ କରି ବିଭିନ୍ନ ଅପ୍ରତ୍ୟାଶିତ ପରିସ୍ଥିତିରେ ଯନ୍ତ୍ରଣା ସହ ସଂଗ୍ରାମ କରୁଥିବା ବ୍ୟକ୍ତିମାନଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଶତ୍ରୁ, ମିତ୍ର ଭେଦଭାବ ନରଖି ନିଃସ୍ୱାର୍ଥପର ଭାବେ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇଦେବା ଦିଗରେ ବ୍ରତୀ ହେବାକୁ ପରାମର୍ଶ ଦେଇ ପ୍ରାଥମିକ ଚିକିତ୍ସା ସହାୟତା ଭଳି ମହତ୍ କାର୍ଯ୍ୟରେ ସଦାସର୍ବଦା ନିୟୋଜିତ ରହି ଆହତମାନଙ୍କୁ ତ୍ୱରିତ୍ ସେବା ଯୋଗାଇବାକୁ ମାର୍ଗଦର୍ଶନ କରିଥିଲେ । ଆସିକା ସମବାୟ ଚିନିଶିଳ୍ପର କୃଷକ ଭବନ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ତ୍ରିିଦିବସୀୟ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପାନୁଷ୍ଠାନର ମୁଖ୍ୟଯନ୍ତ୍ରୀ ଇଂ କେଦାରନାଥ ସାହୁ, ବରିଷ୍ଠ ପରିଚାଳକ (ପ୍ରକ୍ରିୟାକରଣ) ଶ୍ରୀନିବାସ ମହାପାତ୍ର, ସୁରକ୍ଷା ଅଧିକାରୀ ଜଗଦିଶ ପାତ୍ର, କର୍ମଚାରୀ ଏମ୍.ରାମବାବୁ ଦୋରା, ପ୍ରିୟବ୍ରତ ପାତ୍ର, ଏସ୍.ସୁଜିତ୍ କୁମାର ପୃଷ୍ଟି, ହାଡୁ ପାତ୍ର, ଅତୁଲ୍ୟ ଖଣ୍ଡୁଆଳ, ତ୍ରିନାଥ ସ୍ୱାଇଁ, ସତ୍ୟବାନ୍ ବେହେରା, ଶ୍ରୀକାନ୍ତ ଗୌଡ, ବିପିନ୍ କୁମାର ସ୍ୱାଇଁ, ଶମ୍ଭୁ ନାହାକ, ବିନୋଦ୍ କୁମାର ଜେନା, କପିଳେଶ୍ୱର ଜେନା, ସିମାଞ୍ଚଳ ମହାନ୍ତି, ଲକ୍ଷ୍ମୀ ନାରାୟଣ ସାହୁ, ସନ୍ତୋଷ କୁମାର ବାଡତ୍ୟାଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିବା ଲକ୍ଷ୍ୟ କରାଯାଇଥଲା ।


