ହାଟଡିହି ବ୍ଲକରେ ପ୍ରଥମ ମାଣ୍ଡିଆ ମଣ୍ଡି ଉଦଘାଟିତ

ହାଟଡିହି(ଓ୍ବାଇଏନଏସ):  ହାଟଡିହି ବ୍ଲକରେ ପ୍ରଥମଥର ପାଇଁ ମାଣ୍ଡିଆ ମଣ୍ଡି ଖୋଲାଯାଇଛି। ଏହି ବ୍ଲକର ଅଁରା ଠାରେ ଆଜି ଏହି ମଣ୍ଡି ଉଦଘାଟିତ ହୋଇଯାଇଛି। ଅଁରା ପଞ୍ଚାୟତର ଅନେକ ଗ୍ରାମରେ ମାଣ୍ଡିଆ ଚାଷ କରାଯାଉଥିବା ବେଳେ ମାଣ୍ଡିଆ ବିକ୍ରି କରିବାରେ ଚାଷୀମାନେ ଅସୁବିଧା ଭୋଗିବାରୁ ସରପଞ୍ଚ ଙ୍କ ଉଦ୍ୟମ କ୍ରମେ ବିଭାଗ ପକ୍ଷରୁ ଏହି ମଣ୍ଡି ଖୋଲା ଯିବାକୁ ନିଷ୍ପତି ହୋଇଥିଲା। ସରପଞ୍ଚ ମମତା ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର କୃଷିଜିଲ୍ଲା ଅଧିକାରୀ ନୀଳ ମାଧବ ଦାଶ, ହାଟଡିହି ବ୍ଲକ ସହକାରୀ କୃଷି ଅଧିକାରିଣୀ ଭାମାଞ୍ଜରୀ ମହାନ୍ତ, ସହକାରୀ ଜିଲ୍ଲା ସଂଯୋଜକ ଆନ୍ନା ସାହେବ ସେଠେ, ମିଶନ ଶକ୍ତି ୱାଇ.ପି ରିୟା ସେନାପତି, ସମିତି ସଭ୍ୟା ନୀଳିମା ଜେନା, ଗ୍ରାମ୍ୟ କୃଷି କର୍ମଚାରୀ ସାଧନା ରାଉତ ପ୍ରମୁଖ ଯୋଗଦେଇ ସରକାରଙ୍କ ଶ୍ରୀଅନ୍ନ ଯୋଜନାରେ ଏହି ମଣ୍ଡି ଖୋଲା ଯାଇଥିବା ବେଳେ ସରକାର ଚାଷୀମାନଙ୍କ ଠାରୁ କିଲେI ପ୍ରତି ୪୮ଟଙ୍କା ୮୬ ପଇସା ଦରରେ ମାଣ୍ଡିଆ କିଣିବେ, ଯାହାଦ୍ଵାରା ଚାଷୀମାନେ ମାଣ୍ଡିଆ ବିକ୍ରି କରିବାରେ  ଯେଉଁ  ସମସ୍ୟା ଭୋଗୁଥିଲେ ସେଥିରୁ ମୁକ୍ତି ପାଇ ପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ତଦାଶା ପକ୍ଷରୁ ଖୋଲାଯାଇଥିବା ମାଣ୍ଡିଆ ଖାଦ୍ୟ ଷ୍ଟଲକୁ ଉଦଘାଟନ କରିଥିଲେ। ଏଥିରେ ମାଣ୍ଡିଆ ଲଡ଼ୁ, ମାଣ୍ଡିଆ ଖିରି, ମାଣ୍ଡିଆ ଜିଲ୍ଲାପି, ମାଣ୍ଡିଆ ଖାସ୍ତା ଗଜା, ମାଣ୍ଡିଆ ଆରିସା, ମାଣ୍ଡିଆ ପକୁଡି ଭଳି ଅନେକ ଖାଦ୍ୟ ପ୍ରଦର୍ଶନ ହୋଇଥିଲା। ସମଗ୍ର ବିଶ୍ୱରେ ମାଣ୍ଡିଆର ଚାହିଦା ବୃଦ୍ଧି ଘଟିଥିବାରୁ ଚାଷୀମାନେ ଅଧିକରୁ ଅଧିକ ମାଣ୍ଡିଆ ଚାଷ କରନ୍ତୁ ଓ ଲାଭବାନ ହୁଅନ୍ତୁ ବୋଲି କୃଷି ଅଧିକାରୀ ଚାଷୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ବ୍ଲକ ସଂଯୋଜକ ପଙ୍କଜ କୁମାର ସାହୁ, ଉପ ବ୍ଲକ ସଂଯୋଜକ ମନୋରଞ୍ଜନ ରାଉଳ, ହିସାବ ରକ୍ଷକ ବିଜୟ କୁମାର ରାଉତ, ପ୍ରଦୀପ  କୁଅଁର, ସିଆରପି ନାରାୟଣ ନାୟକ, ସନାତନ ସାମଲ, ପ୍ରଶାନ୍ତ ପହି, ସୁବ୍ରତ ଜେନା, ଗାୟତ୍ରୀ ରାଣୀ ସାହୁ, ଝରଣା ଦେହୁରୀ, ସନ୍ଧ୍ୟାରାଣୀ ସେନାପତି,  ବିଶ୍ୱନାଥ ବେହେରା, କାହ୍ନୁ ଚରଣ ପରିଡା, ହିମାଂଶୁ ଜେନା, ସନ୍ତୋଷ କୁମାର ପରିଡା, ପ୍ରଦୀପ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଫୁଲ୍ଲ ଲେଙ୍କା, ରମାକାନ୍ତ ଖଣ୍ଡେଇ,ବିଜୟ ରାଉତ, ରଞ୍ଜିତି ରାଉତ, ରବୀନ୍ଦ୍ର ପାତ୍ର, ବଟକୃଷ୍ଟ ବେହେରା ,ରବୀନ୍ଦ୍ର ବେହେରାଙ୍କ ସମେତ ଶତାଧିକ ଚାଷୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ