ବନବିଭାଗ ପକ୍ଷରୁ ଚାରାବଣ୍ଟନ

ଆସିକା (ୱାଇଏନ୍‍ଏସ୍‍) ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପରାମର୍ଶ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ଆସିକା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କ ମାର୍ଗଦର୍ଶନରେ ୭୬ତମ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଆସିକା ସେକ୍ସନ୍‍ ପକ୍ଷରୁ ଦାସନାପଲ୍ଲୀ, ପଲ୍ଲିମାଳ ତଥା ଏହାର ଆଖପାଖ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ପରିବେଶର ସୁରକ୍ଷା ଲାଗି ଅଧିକରୁ ଅଧିକ ଚାରାରୋପଣ କରି ସେଗୁଡିକ ଯେପରି ବଞ୍ଚିରହି ବିଶାଳ ବୃକ୍ଷରେ ପରିଣତ ହୋଇପାରିବ ସେ ସଂକ୍ରାନ୍ତରେ ସଚେତନ ସୃଷ୍ଟି କରିବା ସାଙ୍ଗକୁ ମୁନିକା, ଅମୃତଭଣ୍ଡା, ଅଁଳା, ପିଆଶାଳ, ପିଜୁଳି, ଜାମୁ, କରଞ୍ଜ ସମେତ ଅନ୍ୟାନ୍ୟ ଔଷଧୀୟ ଓ ଛାୟା ପ୍ରଦାନକାରୀ ଚାରା ବଣ୍ଟନ କରାଯାଇଥିବା ଜଣାପଡିଛି । ବନବିଭାଗର ଆସିକା ସେକ୍ସନର ବନପାଳ ଶରତ ଚନ୍ଦ୍ର ବେହେରା, ବାବନପୁର ସ୍ଥିତ ମେଗା ନର୍ସିରୀ ବନପାଳ ଅକ୍ଷୟ କୁମାର ତ୍ରିପାଠୀ ପ୍ରମୁଖ ଏହି ଚାରାବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ବନମହୋତ୍ସବ ସପ୍ତାହ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଗ୍ରାମବାସୀଙ୍କୁ ସଚେତନ କରିବା ସାଙ୍ଗକୁ ପରିବେଶର ସୁରକ୍ଷା ଲାଗି ଚାରାରୋପଣର ଆବଶ୍ୟକତା କେତେ ଜରୁରୀ ତାହାରି ଉପରେ ବହୁ ଶିକ୍ଷଣୀୟ ଓ ଉପାଦେୟ ପରାମର୍ଶ ପ୍ରଦାନ କରିବା ସାଙ୍ଗକୁ ଗ୍ରାମାଂଚଳ ଗୁଡିକରେ ଅଧିକରୁ ଅଧିକ ଚାରାରୋପଣ କରି ଏକ ସୁସ୍ଥ, ସବୁଜ ଓ ସୁନ୍ଦର ପରିବେଶ ସୃଷ୍ଟି କରିବା ଦିଗରେ ବ୍ରତୀ ହେବାକୁ ଗ୍ରାମବାସୀଙ୍କ ସହଯୋଗ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବନାଞ୍ଚଳ କାର୍ଯ୍ୟାଳୟର ଆସିକା ସେକ୍ସନ ପକ୍ଷରୁ ୭୬ତମ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ବିଭିନ୍ନ ଗ୍ରାମାଞ୍ଚଳରେ ଆରମ୍ଭ ହୋଇଥିବା ଏହି ଔଷଧୀୟ ଓ ଛାୟା ପ୍ରଦାନକାରୀ ସମେତ ଅନ୍ୟାନ୍ୟ ଚାରା ବଣ୍ଟନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ବନରକ୍ଷୀ ନଳିନୀପ୍ରଭା ବାଗ୍‍ଙ୍କ ସମେତ ବହୁ କର୍ମଚାରୀ ସକ୍ରିୟ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ