ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ :ପରୀକ୍ଷା ପାଇଁ ୮ଟି ସାମଗ୍ରୀ ନମୁନା ସଂଗ୍ରହ, ଭୟରେ ଅନେକ ବ୍ୟବସାୟୀ ଅନୁଷ୍ଠାନରେ ତାଲା

କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ପୂଜା ଘିଅ ଠାରୁ ଆରମ୍ଭ କରି ଖାଇବା ଘିଅ, ତେଲ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଶହ ଅନେକ ସାମଗ୍ରୀ ଅପମିଶ୍ରିତ ବିକ୍ରି ହେଉଥିବା ଶହ ହଳଦୀ ନାମରେ ଲେବୁଲ ମାରି ବିକ୍ରିବଟା କରିବା ଶହ ଅନ୍ୟାନ୍ୟ ସାମଗ୍ରୀ ଅସ୍ତରଙ୍ଗ ବ୍ଲକ ଅଂଚଳରେ କିଛି ଗ୍ରୋସରୀ ଦୋକାନ ବିକ୍ରି କରୁଥିବା ଖବର ଗତ ଜାନୁୟାରୀ ମାସ ୬ତାରିଖ ରେ ଖବର ପ୍ରକାଶିତ ପରେ ଯାହାକି ବୁଧବାର ପୂର୍ବାହ୍ନ ସମୟରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳର ମୁଖ୍ୟ ବଜାର ଅସ୍ତରଙ୍ଗ ରେ ଖାଦ୍ୟ ନିରାପତ୍ତା ବିଭାଗ ଅଧିକାରୀ ପ୍ରତ୍ୟୁଷ ତରଣିଆ ଓ ଖାଦ୍ୟ ନିରାପତ୍ତା ସହାୟକ ଲିଙ୍ଗରାଜ ମହାପାତ୍ର ଙ୍କ ତତ୍ୱାବଧାନ ରେ ଏକ ସ୍ୱତନ୍ତ୍ର ଟିମ୍ ଅସ୍ତରଙ୍ଗ ମୁଖ୍ୟ ବଜାର ରେ ଥିବା କିଛି ନିଦ୍ଧିଷ୍ଟ ନାମୀ ଦାମୀ ଗ୍ରୋସରୀ ଦୋକାନରେ ଅଚାନକ ଚଢ଼ାଉ କରି ଶସ୍ୟ ଜାତୀୟ ପଦାର୍ଥ (ଡାଲି, ରାଉଆ )ଚଟଣୀ (ପ୍ୟାକେଟ )ଅମୁଲ ତଥା କ୍ଷୀର ପାଉଡର, ଆଚାର ସମେତ ୮ଗୋଟି ପ୍ରକାର ଖାଦ୍ୟ ସାମଗ୍ରୀ ନମୁନା ସଂଗ୍ରହ କରି ନେଇଛନ୍ତି। ସେଗୁଡିକ ଲାବୋରେଟୋରି ପରୀକ୍ଷା ନିରୀକ୍ଷା କରିବା ପରେ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି। କିନ୍ତୁ ଖାଦ୍ୟ ନିରାପତ୍ତା ବିଭାଗ ଚଢ଼ାଉ ଭୟ ରେ ୩ ଗୋଟି ଦୋକାନ ଚଢ଼ାଉ ହୋଇଥିବା ବେଳେ ଭୟ ରେ ଅନ୍ୟ ସମସ୍ତ ବ୍ୟବସାୟୀ ଅନୁଷ୍ଠାନ ବନ୍ଦ କରି ଦେଇଥିଲେ ଦୋକାନ। ବିଭାଗୀୟ ଅଧିକାରୀ କହିଛନ୍ତି ବ୍ୟତିକ୍ରମ ଥିବା ବ୍ୟବସାୟୀ ଙ୍କ ଠାରୁ ଜରିମାନା ଆଦାୟ କରାଯିବା ସହ ଆଗାମୀ ଦିନରେ ଏଭଳି ଖାଦ୍ୟର ମାନକୁ ଆହୁରି ଅଧିକ ଯାଞ୍ଚ କରାଯିବା ସହ ଯାହାର ଖାଦ୍ୟ ସୁରକ୍ଷା ପ୍ରମାଣ ପତ୍ର ନାହିଁ, ସେମାନଙ୍କୁ ଶୀଘ୍ର ଖାଦ୍ୟ ନିରାପତ୍ତା ଅଫିସ ଯାଇ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି।କିନ୍ତୁ ସାଧାରଣ ଖାଉଟି କାହାକୁ ଖାଇବା ଯାହା ଆମ ପାଇଁ ନିରାପଦ ହେବ। ରାସନ ସାମଗ୍ରୀ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ ସବୁଥିରେ ହେଉଛି ଅପମିଶ୍ରଣ। ଏହି ଅପମିଶ୍ରଣ ଖାଦ୍ୟ ସାମଗ୍ରୀ ସାମଗ୍ରୀ ମଧ୍ୟରେ ଅସଲି କିଏ ନକଲି କିଏ ତାକୁ ଜାଣିବା କାହା ପକ୍ଷେ ସମ୍ଭବ ନୁହେଁ। ତେଣୁ ଅସଲି ଖାଦ୍ୟ ସାମଗ୍ରୀ ଖୋଜି ପାଇବା ଏବେ ଅସ୍ତରଙ୍ଗ ବ୍ଲକ ଅଂଚଳରେ ଦିବା ସ୍ବପ୍ନ ପାଲଟିଛି। ବିଗତ କିଛି ବର୍ଷ ହେଲା ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହେଉଥିବା ଖବର ନଜର କୁ ଆସୁଛି। କେତେକ ଅସାଧୁ ବ୍ୟବସାୟୀ ଅଧିକ ମୁନାଫା ପାଇବା ଆଶାରେ ଖାଦ୍ୟ ସାମଗ୍ରୀରେ ବିଷ ମିଶାଇବାକୁ ମଧ୍ୟ ପଛାଉ ନାହାନ୍ତି। ଘିଅ ହେଉ କି ଖାଇବା ତେଲ ଅଥଚ ହଳଦୀ ଗୁଣ୍ଡ ହେଉ କି ଜିରା ପାଉଡର ସବୁଥିରେ ଚାଲିଛି ଅପମିଶ୍ରଣ। ଏଥିରେ ଖାଲି ଯେ, ଅପମିଶ୍ରଣ ସାମଗ୍ରୀ ମିଶାଯାଉଛି ତାହା ନୁହେଁ ଜୀବନ ନେଲା ଭଳି କ୍ଷତିକାରକ କେମିକାଲ ମଧ୍ୟ ମିଶାଇବାକୁ ଏହି ଦଲାଲ ମାନେ ପଛାଉ ନାହାନ୍ତି। ଏପରି ସ୍ଥଳେ ଖାଉଟି କରିବେ କ’ଣ ? କେଉଁଟି ଅସଲି କେଉଁଟା ନକଲି ତାହା ଜାଣିବା ତ କାଠିକର ପାଠ। କିନ୍ତୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ମୁଖ୍ୟ ବଜାର ସମେତ ଗ୍ରାମାଞ୍ଚଳ ରେ କିଛି ଅସାଧୁ ଗ୍ରୋସରୀ ଦୋକାନ ସହ ଅନ୍ୟ କିଛି ଦୋକାନୀ ଅପମିଶ୍ରଣ କାରଖାନାର ମାଲିକ ଙ୍କ ସହ ସମ୍ପର୍କ ରଖି ନାମୀ ଦାମୀ କମ୍ପାନୀର ବ୍ରାଣ୍ଡ ଜରି ବ୍ୟବହାର କରି ଅସ୍ତରଙ୍ଗ ବଜାର ରେ ଚାଲାଣ କରୁଛନ୍ତି। ଯାହା ସମସ୍ତ ଙ୍କ ପାଇଁ କ୍ଷତିକାରକ ହେଉଛି। ଅସ୍ତରଙ୍ଗ ବ୍ଲକ ଅଂଚଳରେ ନକଲି କାରବାର ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ନକଲି ସୋରିଷ ତେଲ, ନକଲି ଘିଅ ଓ ଜର୍ଦା ପରେ ଏବେ ନକଲି ଗଙ୍ଗାଜଳ ବଜାର ରେ ହଉଯାଉ ହେଉଛି। କିଛି ଅସାଧୁ ବ୍ୟବସାୟୀ ଓ ନକଲି ସାମଗ୍ରୀ ପ୍ରସ୍ତୁତ କରିଥିବା ବ୍ୟକ୍ତି ଅସ୍ତରଙ୍ଗ ବ୍ଲକ ଅଂଚଳରେ ଏପରି ଅନେକ ନକଲି ଖାଦ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି। ନକଲି କାରବାର କରୁଥିବା ଦଲାଲ ମାନେ ନକଲି ଘିଅ ତିଆରି କରି ବିଭିନ୍ନ ନାମୀ ଦାମୀ କମ୍ପାନୀ ନାଁରେ ଏହି ସାମଗ୍ରୀ ଅସ୍ତରଙ୍ଗ ମୁଖ୍ୟ ବଜାର ରେ ବିକ୍ରି ହେଉଛି। ଏହା ସହ ପୂଜା ଘିଅ ଗୁଡିକ ଘିଅ ବଦଳରେ ପୋଡା ମୋବିଲ ରେ ଅଟା ମଇଦା ଦେଇ ତିଆରି ହେଉଛି। ଖାଲି ପୂଜା ସାମଗ୍ରୀ ନୁହେଁ, ବଜାର ରେ ବିକ୍ରି ହେଉଥିବା ଖାଇବା ତେଲ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ସହ ଅନେକ ସାମଗ୍ରୀ ଅପମିଶ୍ରିତ ହେଉଥିବା ଦେଖିବାକୁ ମିଳୁଛି। ନକଲି ସାମଗ୍ରୀ ସହିତ ଏହି ଅପମିଶ୍ରଣ ସାମଗ୍ରୀ ବିଭିନ୍ନ ସ୍ଥାନରେ ଖୁଲମ ଖୁଲ୍ଲା ବିକ୍ରି କରାଯାଉଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫୁଡ ଇନ୍ସିପେକ୍ଟର ତରଫରୁ ବାରମ୍ବାର ଚଢ଼ାଉ ହୋଇ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଲେ ନିଦାବିଷ୍ଣୁ ଅସାଧୁ ବ୍ୟବସାୟୀ ବିକ୍ରି ବଟା କରିବାକୁ ନିଷେଧ ହେବେ। ଅସ୍ତରଙ୍ଗ ବ୍ଲକ ଅଂଚଳର ଅଧିକାଂଶ ତେଜରାତି ଦୋକାନ, ଲେଡ଼ିଜ କର୍ଣ୍ଣର ରେ ଏହି ନକଲି ସାମଗ୍ରୀ ବିକ୍ରି ହେଉଥିଲେ ମଧ୍ୟ ଏଥିପ୍ରତି କାହାର ନଜର ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ