ଅସୁରଖୋଲରେ ଫୁଟବଲ ପ୍ରତିଯୋଗିତା

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ନିଶ୍ଚିନ୍ତପୁର ପଞ୍ଚାୟତ ର ତ୍ରିଲୋଚନପୁର ନିକଟସ୍ଥ ଅସୁରଖୋଲ ଖେଳ ପଡିଆ ରେ  ଏକ ଦିବସୀୟ ବୀର ବିର୍ସା ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଫୁଟବଲ ପ୍ରତିଯୋଗିତା ର ଫାଇନାଲ ଖେଳ ଝାରଗାଁ ବଦ୍ରାସାହି ଏବଂ ସିଷ୍ଟମ ଏକାଦଶ ବଳିତା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଝାରଗାଁ ବଦ୍ରାସାହି ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ। ଫାଇନାଲ ଖେଳ ଅବସରରେ ବିତରଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗୁମୁରା ମଣ୍ଡଳ ସଭାପତି ବୃନ୍ଦାବନ ମହାନ୍ତ ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଗୁମୁରା ମଣ୍ଡଳ ଉପ ସଭାପତି ଚିତ୍ତରଞ୍ଜନ ମହାନ୍ତ, ମଣ୍ଡଳ ସାଧାରଣ ସଂପାଦକ ଗୁଣନିଧି ଗିରି, ପୂର୍ବତନ ସରପଞ୍ଚ ଚିନ୍ତାମଣି ମହାନ୍ତ,ନିଶ୍ଚିନ୍ତପୁର ଶକ୍ତି କେନ୍ଦ୍ର ପ୍ରମୁଖ ନରେନ୍ଦ୍ର ପଲେଇ ପ୍ରମୁଖ ଯୋଗଦାନ କରିଥିଲେ। ଯୋଗଦାନ କରିଥିବା ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଲେ ଫୁଟବଲ ଖେଳ ହେବାଦ୍ବାରା ଗାଁ ଗାଁ ମଧ୍ୟରେ ଭାଇଚାରା ସମ୍ପର୍କ ବଢି ପାରୁଛି ବୋଲି କହିଥିଲେ। ଅତିଥି ମାନଙ୍କ ଦ୍ୱାରା ଚମ୍ପିୟାନ ଦଳ ଝାରଗାଁ ବଦ୍ରାସାହି କୁ ନଗଦ ୨୦ ହଜାର ଟଙ୍କା ସହିତ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ। ସେହିପରି ଉପ ବିଜେତା ସିଷ୍ଟମ ଏକାଦଶ ବଳିତା କୁ ୧୫ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ। ସେହିପରି ଶାନ୍ତନା ମୂଳକ ପୁରସ୍କାର ସାରୁକୁଦର ଓ ବିଚାକୁଣ୍ଡି ଦଳକୁ ୮ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଫୁଟବଲ ପ୍ରତିଯୋଗିତା କୁ ପରିଚାଳନା ରେ ସହଯୋଗ କରିଥିଲେ କମିଟି ଯୁଧିଷ୍ଠିର ଶୁଣ୍ଢି,ମଲ୍ଲିକା ମୁଣ୍ଡା, ଜୀବନ ସିଂ ମୁଣ୍ଡା, ସୁମନ୍ତ ବାରି,ଜୀତେନ ବାରି,ଅଜିତ ବାରି,ବାବୁଲି ବାରି ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ