ମୁନିଗୁଡାରେ ନୂତନ ଆରପିଏଫ ବାରାକ ଉଦଘାଟନ

ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡାରେ ନୂତନ ଆରପିଏଫ ବାରାକ ଉଦଘାଟନ ହୋଇଯାଇଛି,ମୁନିଗୁଡା ଆରପିଏଫ ଅଫିସର ନିରଞ୍ଜନ ସିଂହ ମୀନାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଇଷ୍ଟକୋଷ୍ଟ ରେଳବାଇ ଆଇଜି ଆଲୋକ ବୋହରା ଓ ସମ୍ବଲପୁର ଡିଭିଜନ ଡିଏସସି ରାଜଶେଖର ରେଡି ପ୍ରମୁଖ ଉପସ୍ଥିତ ରହି ରେଳ ଷ୍ଟେସନ ନିକଟସ୍ଥ ପିଡବ୍ଲ୍ୟୁ ଅଫିସ ନିକଟରେ ଥିବା ନୂତନ ଆରପିଏଫ ବାରାକକୁ ଉଦଘାଟନ କରିଥିଲେ,ଏହି ଅବସରରେ ବାରାକ ପରିସରରେ ଆଇଜି ଶ୍ରୀ ବୋହରା ଓ ସମ୍ବଲପୁର ଡିଭିଜନ ଡିଏସସି ଶ୍ରୀ ରେଡିଙ୍କ ସମେତ ଅନ୍ୟ ଆରପିଏଫ ଅଧିକାରୀଙ୍କ ଉପସ୍ଥିତରେ ବିଭିନ୍ନ ବୃକ୍ଷ ରୋପଣ କରିଥିଲେ, ଏଥିସହ ରୋପଣ କରାଯାଇଥିବା ବୃକ୍ଷ ଗୁଡିକର ରକ୍ଷଣବ୍ୟକ୍ଷଣ କରିବାକୁ ପରାମର୍ଶ ଦେଇଥିଲେ,ଶେଷରେ ସମସ୍ତ ଆରପିଏଫ ଅଧିକାରୀ ମାନଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ବିଭାଗୀୟ ଆଲୋଚନା କରିଥିବା ଜଣାପଡିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ