ମୁନିଗୁଡା ବନ ବିଭାଗ ତରଫରୁ ଜଙ୍ଗଲ ନିଆଁ ନିବାରଣ ସଚେତନତା ଶୋଭାଯାତ୍ରା

ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓ ମୁନିଗୁଡା ବନାଞ୍ଚଳ ରାୟଗଡା ବନଖଣ୍ଡ ତରଫରୁ ଜଙ୍ଗଲ ନିଆଁର ପ୍ରତିରୋଧ ଓ ପ୍ରତିକାର ନିମନ୍ତେ ସଚେତନତା ସଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ମୁନିଗୁଡା ଫୋରେଷ୍ଟ ରେଞ୍ଜର ପ୍ରବୀଣ ଦାସଙ୍କ ତତ୍ୱାବଧାନ,ଫୋରେଷ୍ଟର ପ୍ରୋମଦିନୀ ମଣ୍ଡାଙ୍ଗୀ ଓ ବନରଖି ରୋନିତ ମହାରଣାଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ସଚେତନତା ସଭାଯାତ୍ରା କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଆଇଏଫଏସ ପୂଜା ମୀନା,ପରିବେଶବିତ ଗୌରାଙ୍ଗ ଚରଣ ରାଉତ ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ସଚେତନତା ସଭାଯାତ୍ରାର ଉଦଘାଟନ କରିଥିଲେ, ପରେ ଏହି ସଭାଯାତ୍ରା ଫୋରେଷ୍ଟ ରେଞ୍ଜ କାର୍ଯ୍ୟାଳୟରୁ ବାହାରି ନୂତନ ବସଷ୍ଟାଣ୍ଡ ଓ ପରେ ସହର ପରିକ୍ରମା କରି ଫୋରେଷ୍ଟ ବଙ୍ଗଳା ପର୍ଯ୍ୟନ୍ତ ଯାଇଥିଲା,ଏହି ସଭାଯାତ୍ରା ବେଳେ ଶତାଧିକ ଏସଏଚଜି ମହିଳା,ଫାଇର ସ୍ୱାର୍ଡ,ୱାଇଲଡ ଲାଇଫ ସ୍ୱାର୍ଡ ମାନେ ଓ ମୁନିଗୁଡାର ଯୁବଗୋଷ୍ଠୀ ରାମେଶ୍ ଗୌଡ଼, ରାକେଶ ଶିକା,ନରେନ୍ଦ୍ର ନାଗ ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ, ଜଙ୍ଗଲ ସମ୍ପଦ ନଷ୍ଟ କରନ୍ତୁ,ଜଙ୍ଗଲରେ ନିଆଁ ଲଗାଇବା ଆଇନ ଅନୁଯାଇ ଦଣ୍ଡନୀୟ ଅପରାଧ ବୋଲି ସଚେତନତା କରିଥିଲେ,ଏହି ସଚେତନତା ସଭାଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ଆମ୍ବଦଳା ଫୋରେଷ୍ଟର ମାଝୀ ମହାପାତ୍ର, ଚନ୍ଦ୍ରପୁର ଫୋରେଷ୍ଟର ଅଶ୍ୱିନୀ କରକରିଆ, ବିଷମକଟକ ଫୋରେଷ୍ଟର ହେମା ବେହେରା,ଡାଙ୍ଗସୋରଡ଼ା ଫୋରେଷ୍ଟର ସୁଜାତା ସୁନାମୁଦୀ,ଦୁର୍ଗୀ ଫୋରେଷ୍ଟର ଶୁଭସ୍ମିତା ନାୟକ,ଅହଲ୍ୟା ପାତ୍ର,କମଲ ନାଗ,ସୁଭାଷିନୀ ମୁଲି, ସୁରେନ୍ତି ଓରାମ, ଗୀତା ବଡ଼ଜେନା ପ୍ରମୁଖଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ