ପୂର୍ବତନ ମନ୍ତ୍ରୀଙ୍କ ଦ୍ବାରା ଦୁଇ ବାଣିଜ୍ୟିକ ଅନୁଷ୍ଠାନର ଶୁଭ ଉଦଘାଟନ

ପୋଲସରା(ଅନୀଲ କୁମାର ମହାରଣା): ପୋଲସରା ବ୍ଲକ୍ ଅନ୍ତର୍ଗତ ଚିରିକିପଡ଼ା ଶାସନ ଗ୍ରାମରେ ଦୁଇ ଗୋଟି ବ୍ୟବସାୟ ଅନୁଷ୍ଠାନ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଦ୍ବାରା ଉଦ୍ଘାଟନ ହୋଇଯାଇଛି। ୦୩/୧୨/୨୫ ତାରିଖ ଦିନ ଚିରିକିପଡା ଶାସନ ଗ୍ରାମର ବାସୁଦେବ ନାୟକଙ୍କ ଜେନେରାଲ ଷ୍ଟୋର ଏବଂ ପୃଥିବୀରାଜ ନାୟକଙ୍କ ହାର୍ଡୱେର ଷ୍ଟୋର କୁ ପୋଲସରାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଶୁଭାରମ୍ଭ ହୋଇଥିଲା। ଏହାସହିତ ବିଜେଡି କର୍ମୀମାନଙ୍କୁ ନେଇ ପୃଥିବୀରାଜ ନାୟକଙ୍କ ବାସଭବନରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସଙ୍ଗଠନକୁ ମଜବୁତ କରାଇବା ପାଇଁ ଆଲୋଚନା ମଧ୍ଯ ହେଉଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ, ଚନ୍ଦ୍ରଭାନୁ ସାହୁ, ସୁରେନ୍ଦ୍ର ପ୍ରଧାନ, ଲକ୍ଷ୍ମଣ ସେଠୀ, ପାଣ୍ଡବ ନାୟକ, ଅପିଲ ନାୟକ, ସୁଶାନ୍ତ ପୋଲାଇ, ବୃନ୍ଦାବନ ପ୍ରଧାନ, ନବୀନ ପ୍ରଧାନ ସମେତ ଗ୍ରାମର ଆଗଧାଡିର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ