ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ କଟାକ୍ଷ କଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ ): ନୂଆପଡ଼ା ଜନାଦେଶକୁ ନେଇ ପିସିସି ସଭାପତି ଭକ୍ତ ଦାସ ଦେଇଛନ୍ତି ବଡ଼ ବୟାନ । କହିଛନ୍ତି, ଆତ୍ମସମୀକ୍ଷା ପରେ ଦଳରେ ଥିବା ବିଭୀଷଣମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସବୁ ଦଳରେ ବିଭୀଷଣ ରହିଥିବା ବେଳେ ଆମ ଦଳରେ ମଧ୍ୟ ଏଭଳି କିଛି ତତ୍ତ୍ୱ ଅଛନ୍ତି, ଯେଉଁମାନେ ନିର୍ବାଚନରେ ଆମ ପରାଜୟର କାରଣ । ତେବେ ଆତ୍ମ ସମୀକ୍ଷା ପରେ ଏମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ କଳ ଏବଂ ଅର୍ଥବଳ ବ୍ୟବହାର ପରେ ଵି ଆମେ ୪୦ ହଜାର ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଛନ୍ତି । ତଥାପି ଦଳ ଆତ୍ମସମୀକ୍ଷା କରିବ, ପ୍ରତ୍ୟେକ କାରଣକୁ ନେଇ ଦଳୀୟ ଫୋରମରେ ଆଲୋଚନା କରାଯିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।ସେ କହିଛନ୍ତି ଯେ, ନୂଆପଡା ଉପ ନିର୍ବାଚନରେ ଯେଉଁମାନେ ବିଭୀଷଣ ଭୂମିକାରେ ରହିଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ସବୁ ଦଳରେ ବିଭୀଷଣ ଅଛନ୍ତି, ଆମ ଦଳରେ ଯେଉଁମାନେ ଅଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆତ୍ମ ସମୀକ୍ଷା ପରେ ବିଭୀଷଣଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପିସିସି ସଭାପତି । ସରକାରୀ କଳ ଏବଂ ଅର୍ଥବଳ ବ୍ୟବହାର ପରେ ଵି ଆମେ ୪୦ ହଜାର ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଛୁ । ତଥାପି ଦଳ ଆତ୍ମସମୀକ୍ଷା କରିବ, ପ୍ରତ୍ୟେକ କ୍ଷେତ୍ରକୁ ନେଇ ଦଳ ଆତ୍ମ ସମୀକ୍ଷା କରିବ ବୋଲି ପିସିସି ସଭାପତି କହିଛନ୍ତି ।ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ କଟାକ୍ଷ କଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ହାରିବାର ଅନେକ କାରଣ ବାହାରେ । ହେଲେ ଜିତିବାର କାରଣ କେବଳ ଜୟ । ହାରିବାର କାରଣ ଦର୍ଶାଇ ନିଜ ଦୁର୍ବଳତା ଲୁଚାଇବାକୁ ବିଭିନ୍ନ ରାଜନୈତିକ ଦଳ ଅନେକ କଥା କୁହନ୍ତି । ନିଜ ପରାଜୟ ସ୍ୱୀକାର କଲେ ଭଲ ହୁଅନ୍ତା ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ