ସ୍ରୋତ କବାଟ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ

ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗୋବରୀ ନାଳର ଦକ୍ଷିଣ ପାର୍ଶ୍ୱ ସିତୁରା ଠାରେ ବୁଧବାର ଏକ ସ୍ରୋତ କବାଟ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ ବିଧାୟକ ଅମରେନ୍ଦ୍ର ଦାସଙ୍କ ଦ୍ୱାରା କରାଯାଇଛି। ଜଳ ନିକାସ ବିଭାଗ ଜଗତସିଂହପୁର ବିଭାଜନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ. ବିପ୍ଲବ କିଶୋର ସାହୁ, ଏସଡିଓ ଇଂ.ସୁମନ କୁମାର ଘୋଷ, ସମାଜସେବୀ ଅନିଲ କୁମାର ଲେଙ୍କା, ସମୀର ଲେଙ୍କା, ବରିଷ୍ଠ ବିଜେପି ନେତା ଅଶୋକ କୁମାର ମହାନ୍ତି, ପ୍ରଭୁ ଚରଣ ଦାସ, ଲଲାଟ ଲେଙ୍କା, ବିସ୍ମୟାନନ୍ଦ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ୬୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ କରାଯିବାର ଧାର୍ଯ୍ୟ କରାଯାଇଛି। ଗୋବରୀ ନାଳର ଦକ୍ଷିଣ ପାଶ୍ୱର୍ରେ ସ୍ରୋତ କବାଟ ନିର୍ମାଣ ହେବା ଦ୍ୱାରା ବର୍ଷା ଦିନେ ଚାଷ ଜମିରୁ ଉଦବୃତ ଜଳ ନିଷ୍କାସନ ହେବା ସହ ଖରା ଦିନେ ସ୍ରୋତ କବାଟ ମାଧ୍ୟମରେ ଜଳ ସଂରକ୍ଷଣ କରି ରଖାଯାଇ ପାରିବ। ଏହି ଠାରେ ଏକ ସ୍ରୋତ କବାଟ ନିର୍ମାଣ ପାଇଁ ଚାଷୀମାନେ ବହୁବାର ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ। କବାଟ ନିର୍ମାଣ ହେବା ଦ୍ୱାରା ବାଂଶ, ମାରେଡା, ସିତୁରା, ନାଉଗାଁ, ବଛାଳୋ, ଆଦି ଚାଷୀମାନେ ଉପକୃତ ହୋଇପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ