କେନାଲ ମରାମତି ନହେଲେ ପଡିଆ ପଡିବ ଶତାଧିକ ଜମି

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ )ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଦୁର୍ଗମ ପାହାଡ଼ ଉପର ଗାଁକୁ ରାସ୍ତା ନିର୍ମାଣ ପାଇଁ ଆରଡ଼ି ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ଠିକାଦାର କରିଥିଲେ। ଏହି ରାସ୍ତା ବାମନ ଗୁଡା  ଠାରୁ  ତଳ ମୁସୁଡି  ପର୍ଯ୍ୟନ୍ତ ରାସ୍ତା ପିଏମ ଜନମନ ଯୋଜନାରେ ଗ୍ରାମ ସଡ଼କ  ନିର୍ମାଣ  କାର୍ଯ୍ୟ  ଆରମ୍ଭ କରିଥିଲେ ଠିକାଦାର। ୩. ୨୦୦କିମି ରାସ୍ତା ପାଇଁ ୨. ୯୫ କୋଟି ଟଙ୍କା ବ୍ୟୟ ଅଟକଲ ରଖଯାଇଛି। ପାଞ୍ଚବର୍ଷ ପାଇଁ ରକ୍ଷାଣା ବ୍ୟକ୍ଷଣ ପାଇଁ ୨୫ ଲକ୍ଷ ଟଙ୍କା ମଂଜୁର ହୋଇଛି। ବାମନ ଗୁଡ଼ାଠାରୁ ତଳ ମୂଶୁଡି ଯିବା ବାଟରେ ମୂଶୁଡି ନାଳ ପଡିଥାଏ। ଉକ୍ତ ନଳକୂଅ ଚେକ ଡେମ ନିର୍ମାଣ କରି କେନାଲ ମାଧ୍ୟମରେ କୁସବେଟି ଓ ବାମନଗୁଡା ଗ୍ରାମର ଶତାଧିକ ଏକର ଚାଷ ଜେମିକୁ ପାଣି ନିଷ୍କାସନ ହେଉଥିଲା। ଉକ୍ତ କେନାଲକୁ ଠିକାଦାର ରାସ୍ତା କରିବା ନାମରେ ଭାଙ୍ଗି ଦେଇଛି। ଭାଙ୍ଗି ଯିବା ଫଳରେ ଆଗକୁ ବର୍ଷା ଋତୁରେ ଚାଷ ଚାଷ ହେବନାହିଁ ବୋଲି ଚଯଷୀମାନେ ଚିନ୍ତାରେ ପଡି ଯାଇଛନ୍ତି।ଚାଷୀଙ୍କ କହିବା ଅନୁଯାଇ ବାମନ ଚଳିତ ଖରୀପ ଋତୁ ପାଇଁ କେମିତି ଚାଷ କରିବୁ ଅଭିଯୋଗ କରିଛନ୍ତି ଚାଷୀ। ଠିକାଦାରଙ୍କୁ ଗ୍ରାମ ଲୋକେ ପଚାରିବାରୁ ମୁ ନୂତନ ଭାବେ ଆଉ ଗୋଟେ କେନାଲ କରିଦେବି କହିଥିଲେ।କଣ କେଜାଣି  ଏବେ ଠିକାଦାର ରୋକ୍ ଠୋକ୍ ମନା କରୁଥିବାରୁ ଉତେଜନା ସୃଷ୍ଟି ହୋଇଛି ବୋଲି  ଚାଷୀ ବିଶ୍ଵନାଥ କୃଷିକା, ହେମନ୍ତ କାଳିଆ ପ୍ରକାଶ କରିଛନ୍ତି।ସେକହିପରି କୋଟି କୋଟି ଟଙ୍କାର ରାସ୍ତା ଅତି ନିମ୍ନମାନ କାର୍ଯ୍ୟ କରୁଥିବାରୁ ରାସ୍ତାର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ କରିବା ସହ ଭିଜିଲାନ୍ସ ତଦନ୍ତ କରିବା ପାଇଁ ଶୁକ୍ରୁ ପରିଡ଼ା, ରେଲି କାଡ୍ରାକା, ଶ୍ରୀପତି ତିଆକା, ଦିବା କାଳିଆ ଅଭିଯୋଗ କରିଛନ୍ତି । ଏହି ଗ୍ରାମକୁ ମେଘା ପ୍ରକଳ୍ପ ଦ୍ୱାରା ଘରଘରକୁ ପାଇପ ଯୋଗେ ପାଣି ଯୋଗାଇବା ପାଇଁ ଷ୍ଟାଣ୍ଡପୋଷ୍ଟ ଓ ପାଇପ ବିଛା କାଇଥିଲା।ଉକ୍ତ ପାଇପକୁ ମଧ୍ୟ ରାସ୍ତା କାର୍ଯ୍ୟାରମ୍ଭରୁ ଭାଙ୍ଗି ଦେଇଥିବାରୁ ଗ୍ରାମବାସୀ ପାଣି ପିଇବେ କିପରି ବୋଲି ଚନ୍ତାରେ ପଡି ଯାଇଛନ୍ତି ଗ୍ରାମବାସୀ। ବର୍ତମାନ ଖରାଦିନରେ ପାଣି ସମସ୍ୟା ଲାଗିଥିବା ବେଳେ ପାଇପ ଭାଙ୍ଗି ଦେଇଥିବାରୁ ବର୍ଷା ଦିନରେ ଝରଣା ପାଣି ପିଇବାକୁ ବାଧ୍ୟହୋଇ ଜୋର ରୋଗରେ ପୀଡିତ ହେବା ଆଶଙ୍କା ରହିଛି ବୋଲି ବିଶ୍ବନାଥ ଲୟା, ଅଭିଯୋଗ କରିଛନ୍ତି।  କେନାଲ ମରାମତି ସହ ପାଇପ ମରାମତି   କରାନ ଗଲେ ଆଗାମୀ ଦିନରେ ସମସ୍ତେ ମିଶି କଲ୍ୟାଣସିଂହପୁର ଥେରୁବାଲି ରାସ୍ତା ଅବରୋଧ କରିବା ସହ  ଜିଲ୍ଲାପାଳ ନିକଟ କୁ ଯାଇ ଅଭିଯୋଗ କରିବୁ ବୋଲି ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ