ଢେଙ୍କାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ

ହାଟଡିହି (ଓ୍ବାଇଏନଏସ):  ଢେଙ୍କାରେ  ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭରଚୁଆଲ ମୁଡ଼ରେ ଏହାର ଶିଳାନ୍ୟାସ କରିଥିଲେ। ପ୍ରାୟ ୫ କୋଟିରୁ ୮କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ବିଦ୍ୟାଳୟ ନିର୍ମାଣ ହେବାକୁ ଥିବାବେଳେ ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ଶିକ୍ଷା ଓ ଆବାସିକ ସୁବିଧା ଉପଲବ୍ଧ ହେବ। ଏହି ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍, ବିଜ୍ଞାନାଗାର, ଖେଳ ପଡ଼ିଆ, ବିଶୁଦ୍ଧ ପାନୀୟ ଜଳ ସହିତ ହଷ୍ଟେଲ ଭଳି ଅତ୍ୟାବଶ୍ୟକ ସୁବିଧା ରହିବ। ଏହାଦ୍ୱାରା ଅଞ୍ଚଳର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଓ ଆଧୁନିକ ଶିକ୍ଷା ଲାଭ କରିବା ସହ ନିଜର ପ୍ରତିଭା ବିକାଶ କରିବାର ସୁଯୋଗ ପାଇପାରିବେ। ପ୍ରଧାନ ଶିକ୍ଷକ କେଶବ ଚନ୍ଦ୍ର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଡ଼ିଓ ରଞ୍ଜନ କୁମାର ପରିଡା, ବୈଷୟିକ ପରାମର୍ଶ ଦାତା ଇଂ କାମେଶ୍ୱର ସାହୁ, ସିଆରସିସି ନିରଞ୍ଜନ ପଣ୍ଡା, ସାଂସଦଙ୍କ ଶିକ୍ଷା ପ୍ରତିନିଧି ସୁଶାନ୍ତ କୁମାର ଜେନା, ହରମୋହନ ଶାସିନି, ମାଣ୍ଡଳ ସଭାପତି ଦୀପକ କୁମାର ଜେନା, ପୂର୍ବତନ ଜିଲ୍ଲା ପରିଷଦ ରବୀନ୍ଦ୍ର କୁମାର ନାୟକ, ସୁବାସ ଚନ୍ଦ୍ର ବିଶ୍ୱାଳ, ପ୍ରଧାନ ଶିକ୍ଷକ ଅଶୋକ କୁମାର ଜେନା, ପ୍ରଧାନ ଶିକ୍ଷକନିଶାକର ଦାସ, ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ, ପ୍ରଧାନ ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ପାଣିଗ୍ରାହୀ, ପୁଷ୍ପିତା ନାୟକ, ଏସ ଏମ ସି ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଯୋଗଦେଇ  ଏହି ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେଲେ ଢେଙ୍କା ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳର ଶିକ୍ଷା ବ୍ୟବସ୍ଥାରେ ନୂତନ ଦିଗ ଉନ୍ମୋଚିତ ହେବା ସହ ଗ୍ରାମାଞ୍ଚଳର ଶିକ୍ଷାର୍ଥୀଙ୍କ ପାଇଁ ଏହା ଏକ ନୂଆ ଆଶାର ଆଲୋକ ପାଲଟିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭରଚୁଆଲ ମୁଡ଼ରେ ଭିତ୍ତି ପ୍ରସ୍ତର ସ୍ଥାପନର ପ୍ରସାରଣ ଲୋକମାନେ ଦେଖିଥିଲେ। ରାଧାଗୋବିନ୍ଦ ଜେନା, ସୁଜାତା ମହାନ୍ତି, ସସ୍ମିତା ଜେନା, ଦୀପାଞ୍ଜଳି ବାରିକ, ସୁବାସିନୀ ଜେନା, ସନ୍ଦୀପ ସେଠୀ, ମନୋଜ ପଣ୍ଡା, ପ୍ରଶାନ୍ତ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ