କଣ୍ଟେଇକୋଳି ନାଳରେ ସ୍ଲୁଇସ୍ କମ୍ ୱିଅର୍ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ପନାଡ ଗ୍ରାମ ନିକଟସ୍ଥ କଣ୍ଟେଇକୋଳି ନାଳରେ ୧.୧୫ କୋଟି ବ୍ୟୟ ଅଟକଳ ରେ ଚାଷୀଙ୍କ ଜମିକୁ ଜଳସେଚନ ଓ ବନ୍ୟା ଜଳ ନିଷ୍କାସନ ନିମନ୍ତେ ରାଜ୍ୟ ଜଳସମ୍ପଦ ବିଭାଗ ଅଧିନସ୍ଥ ବ୍ରହ୍ମପୁର ଜଳ ନିକାସ ବିଭାଜନ( ଡ୍ରେନେଜ) ଡିଭିଜନ କାର୍ଯ୍ୟାଳୟ ପକ୍ଷରୁ ସ୍ଲୁଇସ କମ୍ ୱିଅର୍ ପ୍ରକଳ୍ପ ଶୁକ୍ରବାର ଶିଳାନ୍ୟାସ କରାଯାଇଛି।ଏହି ପ୍ରକଳ୍ପ ରେ ୨ ଟି ବ୍ରିଜ୍ କରାଯିବା ବ୍ୟବସ୍ଥା ରହିଛି। ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପ ଦ୍ଵାରା ଦିଗପହଣ୍ଡି ବ୍ଲକ ର ପନାଡ , କଇଠଖଣ୍ଡି , ନିମଖଣ୍ଡିପେଣ୍ଠ , ତଲାସିଙ୍ଗି , ପୋଡାପଦର ଗ୍ରାମର ପ୍ରାୟ ୧ ଶହ ହେକ୍ଟର ଚାଷୀଙ୍କ ଚାଷଜମିକୁ ଜଳସେଚନ ହେବା ସଙ୍ଗେ ସଙ୍ଗେ ବନ୍ୟାଜଳ ନିଷ୍କାସନ ହେବା ଦ୍ବାରା ଚାଷୀ ଉପକୃତ ହୋଇପାରିବେ ବୋଲି ବିଧାୟକ କହିଥିଲେ। ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ଜଳ ନିକାସ(ଡ୍ରେନେଜ୍) ଉପଖଣ୍ଡ କାର୍ଯ୍ୟାଳୟ ସହକାରୀ ଯନ୍ତ୍ରୀ ଇଂ. ଭଗବାନ ରଥ , ସହକାରୀ ଯନ୍ତ୍ରୀ ଇଂ. ତାପସ ବେହେରା , ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ , ସରପଞ୍ଚ ସସ୍ମିତା ରାଣୀ ଗୌଡ଼ , ସମିତି ସଭ୍ୟ ବି . ଲଡୁ , ଠିକାଦାର ଆକାଶ ପାଣିଗ୍ରାହୀ , ଅଶୋକ କୁମାର ସ୍ବାଇଁ , ସାମାଜିକ କର୍ମୀ ରଞ୍ଜନ କୁମାର ପାଣିଗ୍ରାହୀ , କେ . ନରସିଂହ ପାତ୍ର , ସୁଦାମ ବେହେରା , ଟୁକୁନା ସାହୁ , ବିକ୍ରମ ମିଶ୍ର , ୱାର୍ଡ ସଭ୍ୟ ସବିତା ନାୟକ , ସୁନିତା ଗୌଡ଼ , ନର୍ମଦା ପଣ୍ଡା ଙ୍କ ସମେତ ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ ।ସେହିପରି ଦିଗପହଣ୍ଡି ୩ ନଂ ୱାର୍ଡ ପିଏଚଡି ଅଫିସ ନିକଟରେ ୭୫ ଲକ୍ଷ ବ୍ୟୟ ଅଟକଳରେ ହାଟପଦା ନାଳ ର ଉନ୍ନତି କରଣ ନିମନ୍ତେ ବିଧାୟକ ଶିଳାନ୍ୟାସ କରିଛନ୍ତି।


