ଜେଲ୍ ଫେରନ୍ତା ସ୍ବାମୀ କଲେ ହତ୍ୟା ଉଦ୍ୟମ: ଅଭିଯୁକ୍ତ ସ୍ବାମୀ ପୁଣି ଗଲେ ଜେଲ

ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଦ୍ବାରଗାଁ ଗ୍ରାମର ଭୀମ ପ୍ରଧାନ ଙ୍କୁ କେ.ନୂଆଗାଁ ପୋଲିସ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୧୯/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଭୀମ ଗତ ପ୍ରାୟ ୬ ମାସ ପୂର୍ବେ ନିଜ ବଡ଼ଝିଅ ଙ୍କୁ ବଳାତ୍କାର  କରିଥିବା ଅଭିଯୋଗରେ ଦିଗପହଣ୍ଡି ଥାନା ମାମଲା ନଂ.୨୧୦/୨୫ ଅନୁଯାୟୀ ଜେଲ ହାଜତରେ ଥିଲେ। କିଛିଦିନ ପୂର୍ବେ ସେ ଜେଲରୁ ଜାମିନରେ ମୁକୁଳିଥିଲେ। ଅଭିଯୁକ୍ତ ଭୀମ ଙ୍କ ସ୍ତ୍ରୀ ଲକ୍ଷ୍ମୀ ପ୍ରଧାନ  ଓ ପିଲାମାନେ କେ. ନୂଆଗାଁ ଥାନା ଅର୍ନ୍ତଗତ ନୂଆପଡ଼ା ଗ୍ରାମ ନିଲମ ଛକ ରେ ଏକ ଭଡ଼ାଘରେ ରହୁଛନ୍ତି। ଭୀମ ଗୁରୁବାର ସନ୍ଧ୍ୟା ପ୍ରାୟ ୭ ଟାରେ ନୂଆପଡ଼ା ଗ୍ରାମ ରେ ରହୁଥିବା ସ୍ତ୍ରୀ ଲକ୍ଷ୍ମୀ ଙ୍କ ଘରେ  ଜବରଦସ୍ତ ପଶି  ଘର ଭିତରେ ଥିବା ଆସବାବପତ୍ର ଗୁଡ଼ିକୁ ଭାଙ୍ଗି ଫିଙ୍ଗା ଫୋପଡା କରିଥିଲେ।ସ୍ତ୍ରୀ ଲକ୍ଷ୍ମୀ ପ୍ରତିବାଦ କରିବାରୁ ସେ ଏକ  ଛୁରୀରେ ତାଙ୍କୁ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲେ। ଲକ୍ଷ୍ମୀ ଙ୍କ ପାଟି ଶୁଣି ସାହି ପଡୋଶୀ ଘଟଣାସ୍ଥଳରେ ପହଞ୍ଚି ଲକ୍ଷ୍ମୀ ଙ୍କୁ ଉଦ୍ଧାର କରିବା ସହ ସେଠାରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ଭୀମ ଙ୍କୁ କାବୁ କରି ପୋଲିସ କୁ ଜଣାଇଥିଲେ। କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ନୂଆପଡ଼ା ଗ୍ରାମର ନିଲମ ଛକ ରୁ ଅଭିଯୁକ୍ତ ଭୀମ ଙ୍କୁ ଧରି ଥାନା କୁ ଉଠାଇ ନେଇଥିଲେ।ଏନେଇ ଲକ୍ଷ୍ମୀ ଥାନାରେ ଏତଲା ଦେବାପରେ ତଦନ୍ତକାରୀ ଅଧିକାରୀ ଏଏସଆଇ ସୁବାସ ଚନ୍ଦ୍ର ବାୟକ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ନିକଟରୁ ହତ୍ୟା ଉଦ୍ୟମ ଘଟଣାରେ ବ୍ୟବହୃତ ଛୁରୀ ଜବତ କରି କୋର୍ଟ ଚାଲାଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ