ଅଗ୍ନିକାଣ୍ଡରେ ୪ ବଖରା ବାସଗୃହ ଭସ୍ମୀଭୂତ
ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅନ୍ତର୍ଗତ ଅଲଣା ପଂଚାୟତ ମୁଣ୍ଡାଳୋ ଗ୍ରାମରେ ବୁଧବାର ଅଗ୍ନିକାଣ୍ଡ ଘଟି ଜିତେନ୍ଦ୍ର ଶତପଥି ଓ କମଳକାନ୍ତ ଶତପଥିଙ୍କ ୪ ବଖରା ବାସଗୃହ ପୋଡି ପାଉଁଶ ହୋଇଥିବା ଜଣାଯାଇଛି। ନିଆଁ ଲାଗିବାର କାରଣ ଅସଷ୍ଟ ରହିଛି। ସୂଚନା ମୁତାବକ ଆଜି ଅପରାହ୍ନରେ ହଠାତ ଜିତେନ୍ଦ୍ର ଓ କମଳାଙ୍କ ଘରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଗ୍ରାମବାସୀମାନେ ପ୍ରଥମେ ପାଣି ପକାଇ ନିଆଁକୁ ଆୟତ କରିବାକୁ ଚେଷ୍ଠା କରିଥିଲେ ମଧ୍ୟ ଆୟତ କରିପାରିନଥିଲେ। ପରେ କମଳକାନ୍ତ ଅଗ୍ନିଶମ ବାହିନୀ ସୂଚନା ଦେଇଥିଲେ। ନାଉଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିବା ବେଳକୁ ୪ବଖରା ବାସଗୃହ ପୋଡି ପାଉଁଶ ହୋଇଯାଇଛି। ଅଗ୍ନକାଣ୍ଡ ହେତୁ ଘରେ ଥିବା ସମସ୍ତ ଆସବାବପତ୍ର, ଧାନ, ଚାଉଳ ଓ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ପୋଡି ପାଉଁଶ ହୋଇଯାଇଥିବା ଦେଖାଯାଇଛି। ଜିତେନ୍ଦ୍ର ଓ କମଳକାନ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।