ଜିଲ୍ଲାସ୍ତରୀୟ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ନୂଆଦିଲ୍ଲୀ ସ୍ଥିତ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ପୃଷ୍ଠପୋଷକତାରେ ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ସମେତ , ମୋହନା , ଆର. ଉଦୟଗିରି ଏବଂ କାଶୀନଗର ସ୍ଥିତ କୋର୍ଟରେ ଚଳିତ ବର୍ଷର ଶେଷ ତଥା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ , ଗଜପତି ଜିଲ୍ଲା କୋର୍ଟର ଜିଲ୍ଲା ଦୌରାଜଜ୍ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ସମେତ ଜିଲ୍ଲା କୋର୍ଟର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ଶ୍ରୀ ବିଭୁ ପ୍ରସାଦ ପଣ୍ଡା , ମୁଖ୍ୟ-ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶ୍ରୀ ନରୋତ୍ତମ ସେଠି , ସିଭିଲ୍ ଜଜ୍ (ବରିଷ୍ଠ ବିଭାଗ) ; ସିଭିଲ୍ କୋର୍ଟର ରେଜିଷ୍ଟ୍ରାର ଶ୍ରୀ ପ୍ରସନ୍ନ କୁମାର ବେହେରା ; ଡିଏଲଏସଏ:ର ସଚିବ ଶ୍ରୀ ବିମଲ ରାଉଳ ; ମହିଳା କୋର୍ଟର ସିଭିଲ୍ ଜଜ୍ (ବରିଷ୍ଠ ବିଭାଗ) ; ଶ୍ରୀମତୀ ରସ୍ମିତା ସାହୁ , ମହିଳା କୋର୍ଟ; ଶ୍ରୀମତୀ ରମଣୀ ରଞ୍ଜନ ପାତ୍ର ପ୍ରମୁଖ ନିଜ ନିଜ କୋର୍ଟ କାର୍ୟ୍ୟ ସମ୍ପାଦନ କରିଥିଲେ । ସେହିଭଳି ବିଷ୍ଣୁପ୍ରିୟା ସାମନ୍ତରାୟ – ଏସଡିଜେଏମ: ପାରଳାଖେମୁଣ୍ଡି; , ଶ୍ରୀ ଜଗଦୀଶ ପାଣି – ଜେଏମଏଫସି: -ପାରଳାଖେମୁଣ୍ଡି; , ଶ୍ରୀମତୀ ସୌଦାମିନୀ ବିଶ୍ୱାଲ-ସିଭିଲ ଜଜ୍ (ବରିଷ୍ଠ ବିଭାଗ) – ଆର. ଉଦୟଗିରି; ଶ୍ରୀ ତରୁଣ କୁମାର ସେଠି , ଜେଏମଏଫସି-ଆର.ଉଦୟଗିରି ; ଶ୍ରୀ ସୁଭାଜିତ ବେହେରା , ଜେଏମଏଫସି- ମୋହନା ; ଏବଂ ଶ୍ରୀମତୀ ମୋନାଲି ବେହେରା – ଗ୍ରାମ ନ୍ୟାୟାଧିକାରୀ ତଥା ଜେଏମଏଫସି: , କାଶୀନଗର ସେମାନଙ୍କ ନିଜ ନିଜ କୋର୍ଟ କାର୍ଯ୍ୟ ପରିଚାଳନା କରିଥିଲେ।


