MSME ଏବଂ ଷ୍ଟାର୍ଟ ଅପ ଇନୋଭେସନ ସମିଟ୍‌ର ଚତୁର୍ଥ ସଂସ୍କରଣ

କଟକ(ଓ୍ବାଇଏନଏସ): ଭୁବନେଶ୍ୱରର ଭିଭାନ୍ତ  ହୋଟେଲରେ ଆୟୋଜିତ MSME ଏବଂ ଷ୍ଟାର୍ଟ ଅପ ଇନୋଭେସନ ସମିଟ୍‌ର ଚତୁର୍ଥ ସଂସ୍କରଣରେ ମାନ୍ୟବର ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ସହ ଯୋଗଦେଇ MSME ଏବଂ ଷ୍ଟାର୍ଟ ଅପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ କ୍ଷେତ୍ରର ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରିଛନ୍ତି । ଏହି ସମାବେଶ ବିକଶିତ ଭାରତକୁ ଶକ୍ତି ଦେଉଥିବା ଉଦ୍ୟୋଗୀ ମନୋଭାବର ଏକ ଉତ୍ସବ ଯେଉଁଥିରେ ଓଡ଼ିଶା ଏକ ପ୍ରମୁଖ ଅଂଶ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା କେବଳ ଶିଳ୍ପର ଅବିବୃଦ୍ଧି ନୁହେଁ ବରଂ ଯୁବପିଢ଼ି, ମହିଳା ଏବଂ ଗ୍ରାମୀଣ ଉଦ୍ୟୋଗୀଙ୍କୁ ଉପକରଣ, ତାଲିମ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ସଶକ୍ତ କରି ଏକ ସ୍ଥାୟୀ, ଅନ୍ତର୍ଭୁକ୍ତି ମୂଳକ ଅଭିବୃଦ୍ଧି ଏବଂ ନ୍ୟାୟସଙ୍ଗତ ବିକାଶ ଦିଗରେ ଆଗକୁ ବଢୁଛି। ସଦ୍ୟ ସମାପ୍ତ ଉତ୍କୃଷ୍ଟ ଓଡ଼ିଶା ୨୦୨୫ ସମ୍ମିଳନୀରେ ୨୦ ରୁ ଅଧିକ କ୍ଷେତ୍ରରେ ୫୯୩ ଟି ପ୍ରକଳ୍ପ ଦ୍ୱାରା ୧୬.୭୩ ଲକ୍ଷ କୋଟି ଟଙ୍କାର ନିବେଶ ଲକ୍ଷ୍ୟ ସହ ୩୦ ଟି ଜିଲ୍ଲାର ଯୁବକ ଯୁବତୀଙ୍କ ପାଇଁ ୧୨.୮୮ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ସୃଷ୍ଟି ହୋଇଛି । ରାଜ୍ୟରେ ମହିଳା କୈନ୍ଦ୍ରିକ ଅର୍ଥନୀତିକୁ ପ୍ରୋତ୍ସାହନ ପୂର୍ବକ ଏବେ ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷରୁ ଅଧିକ ମହିଳା କ୍ଷୁଦ୍ର ସଞ୍ଚୟ ନୁହେଁ ବରଂ ଉଦ୍ୟୋଗର ଏକ ଶକ୍ତିଶାଳୀ ଇଞ୍ଜିନ୍ ପାଲଟିଛନ୍ତି।  ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ପୂର୍ବୋଦୟର ବିକାଶ ପାଇଁ ବିକଶିତ ଓଡ଼ିଶା ହେବ ମୂଳ ଆଧାର। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ ପାଇଁ ଏକ ସଶକ୍ତ, ସମର୍ଥ ଏବଂ ଆତ୍ମନିର୍ଭର ଓଡ଼ିଶା ଗଠନ କେବଳ ଆତ୍ମନିର୍ଭର ମହିଳାଙ୍କ ଶକ୍ତି ଦ୍ୱାରା ସମ୍ଭବ ହେବ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ