ବରିଷ୍ଠ ନାଗରିକଙ୍କ ପାଇଁ ନିଃଶୁଳ୍କ ଦିବା-ରାତ୍ର ଚିକିତ୍ସାକେନ୍ଦ୍ର ଉଦଘାଟିତ

କଟକ (ଓ୍ବାଇଏନଏସ): କଟକ ସିଡିଏ ସେକ୍ଟର-୧0ରେ ରେଣୁ ଏଲଡରକେୟାର ବରିଷ୍ଠ ନାଗରିକ ଙ୍କ ଉଦ୍ଦେଶ୍ୟ ରେ ସମର୍ପିତ ଏକ ଚିକତ୍ସା କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଏଥିରେ କେନ୍ଦ୍ର ର ପ୍ରତିଷ୍ଠାତା ଇଂ ଏଲ. ଟି. ପି. ନାରାୟଣ, କଟକଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ର ସଙ୍ଘଠନ ସଚିବ ତଥା ବିଶିଷ୍ଟ ଶ୍ରମିକ ନେତା ସତ୍ୟ ର ସନ୍ଧାନ ର ବରିଷ୍ଠ ମୁଖ୍ୟ ଉପଦେଷ୍ଟା ସିଡିଏ ବରିଷ୍ଠ ନାଗରିକ ମହାସଂଘ ର ମହାସଚିବ ଉତ୍କଳ ଭୂଷଣ ରାଉତରାୟ, ସିବନାମ ର ସଭାପତି ନିତ୍ୟାନନ୍ଦ ମିଶ୍ର, ଉପଦେଷ୍ଟା ବିରଞ୍ଚି ନାରାୟଣ ମିଶ୍ର, ପ୍ରମୁଖ ସାମାଜିକ କର୍ମୀ ସତ୍ୟଭାମା ପାତ୍ର, ବି. ପି ଲ୍ୟାବର ସି.ଇ.ଓ ମୋନାଲିସା ମହାନ୍ତି ପ୍ରମୁଖ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇଥିଲେ l ଏହି କେନ୍ଦ୍ର କେବଳ ବରିଷ୍ଠ ନାଗରିକ ମାନଙ୍କ ଚିକିତ୍ସା ପାଇଁ ଉଦ୍ଧିଷ୍ଟ ବୋଲି ପ୍ରତିଷ୍ଠାତା ଶ୍ରୀ ନାରାୟଣ ଘୋଷଣା କରିଥିଲେ l ଶ୍ରମିକ ନେତା ଶ୍ରୀ ରାଉତରାୟ କହିଲେ ଯେ, ଏହି ରେଣୁ ନାମ୍ନୀ ଚିକିତ୍ସା କେନ୍ଦ୍ର ଆଗକୁ ଏହାର ସେବାକୁ ଆହୁରି ସୂର୍ଯ୍ୟଙ୍କ ରେଣୁ ଭଳି ବିକଶିତ ଓ ପ୍ରସାରିତ କରି ସମାଜ ର ବରିଷ୍ଠ ନାଗରିକମାନଙ୍କୁ ଆକୃଷ୍ଟ କରିବା ସହ ସୁଷମ ସେବା ଯୋଗାଇବାର ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ଜେ. ଏମ. ଆର. ଫାଉଣ୍ଡେସନର ନିର୍ଦେଶିକା ଆକୃତି ନାରାୟଣ ସିହ୍ନl ସଂଚାଳନା କରିଥିବା ବେଳେ ଦେବାଶିଷ ଲେଙ୍କା, ରୁପେଶ କୁମାର ସିହ୍ନl, ନିଧି ସିଂହ, ପ୍ରିୟବ୍ରତ ଦାସ (ବାପି )ଓ ରିତା ବରାଳ ଉତ୍ସବକୁ ପରିଚାଳନା କରିଥିଲେ l ସିଡିଏ ଓ ଆଖପାଖ ଅଂଚଳର ପ୍ରାୟ ଶତାଧିକ ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ