ନିଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର

ଭୁବନେଶ୍ୱର (ଓ୍ବାଇଏନଏସ): ବିଏମସି ୱାର୍ଡ ନମ୍ବର ୫୩ କାର‌୍ୟ୍ୟାଳୟର କମୁନିଟି ହଲରେ ଭୂମିପୁତ୍ର ସିନିୟର୍ ସିଟିଜେନ ଏରୋଦ୍ରମ ଏରିଆ ଆସୋସିଏସନ୍ ଲାୟନ୍ସ କ୍ଳବ୍ ନେତାଜୀ ସହ ମିଶି କର କ୍ଲିନିକ୍ ସହାୟତାରେ ଏକ ନିଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ କରିଥିଲେ।ବିଏମ୍ସି ୫୩ ନମ୍ବର ୱାର୍ଡ କର୍ପୋରେଟର ମହାମାୟା ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ଓ ବିଏମସୀ ମେୟର ସୁଲୋଚନା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୟସ୍କ ଲୋକମାନଙ୍କର ଏଭଳି ପ୍ରୟାସର ପ୍ରଶଂସା କରିଥିଲେ। ଆରମ୍ଭରେ ଏହି ସେବା ଶିବିରରେ ଯୋଗଦେଇଥିବା ଡ଼ାକ୍ତର ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ କର୍ପୋରେଟର ମହାମାୟା ସ୍ୱାଇଁ ଓ ଲୟନ୍ସ୍ କ୍ଳବ୍ ନେତାଜୀ ସମ୍ପାଦିକା ସ୍ଵର୍ଣ୍ଣ ପ୍ରଭା ପାତ୍ର ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିଥଲେ। ଏହି ନିଶୁଳ୍କ ଶିବିରକୁ ବହୁ ସଂଖ୍ୟାରେ ଲୋକମାନେ ଆସି ସେମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ଡ଼ାକ୍ତର ମାନଙ୍କ ପାଖରେ ପରୀକ୍ଷା କରାଇଥିଲେ ଓ ମାଗଣାରେ ଔଷଧ ନେଇଥିଲେ। ଆଜିର ଏହି ନିଶୁଳ୍କ ସ୍ବାସ୍ଥ୍ୟ ସେବାର ମୁଖ୍ୟ ଆକର୍ଷଣ ଥିଲା ଦାନ୍ତ ଓ ଚକ୍ଷୁ ପରୀକ୍ଷା ଓ ତାର ଔଷଧ ବଣ୍ଟନ। ଆୟୁର୍ବେଦିକ ହୋମିଓପାଥିକ ଓ ଏଲୋପାଥିକ ଡ଼ାକ୍ତର ମାନେ ଉପସ୍ଥିତ ରହି ଲୋକମାନଙ୍କୁ ସବୁ ପ୍ରକାର ଚିକିତ୍ସା ସୁବିଧା ଯୋଗାଇଥିଲେ। ଭୂମିପୁତ୍ର ସିନିୟର୍ ସିଟିଯେନ୍ ଫୋରମର ସଭାପତି ଡ଼ାକ୍ତର ହୃଦାନନ୍ଦ ସାମନ୍ତ ଏହି ସ୍ବାସ୍ଥ୍ୟ ଶିବିରକୁ ପରିଚାଳନା କରିଥିଲେ। ଡ଼ାକ୍ତର ଋତୁପର୍ଣ୍ଣା ବିଶ୍ଵାଳ, ଡ଼ାକ୍ତର ଗୌରୀଶଙ୍କର ମିଶ୍ର, ଡ଼ାକ୍ତର ପଦ୍ମଜା ମିଶ୍ର, ଡ଼ାକ୍ତର ସସ୍ମିତା ବେହେରା, ଡ଼ାକ୍ତର ଆଶୁତୋଷ ପ୍ରଧାନ ଓ ଡ଼ାକ୍ତର ପ୍ରିୟରଞ୍ଜନ ସାହୁ ଲୋକମାନଙ୍କର ଚିକିତ୍ସା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ