ଗଡୁନି ଲକ୍ଷ୍ମୀ ବସ, ଯାତାୟତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ
ବୈପାରିଗୁଡା ( ବିକ୍ରାନ୍ତ କୁମାର ବେବର୍ତ୍ତା ):ରାସ୍ତା ଖରାପ ହେବା ପର ଠାରୁ ଆଉ ୧୦ ରୁ ୧୨ ଖଣ୍ଡ ଗାଁ ର ଲୋକଙ୍କ ସେବାରେ ଆସୁନି ଲକ୍ଷ୍ମୀବସ ! ଏମିତି କିଛି ଅଭିଯୋଗ କରି କେନ୍ଦୁଗୁଡା ପଞ୍ଚାୟତର କୁମ୍ଭାରଗୁଡା, ବୁଦ୍ରାଗୁଡା, ଶୁଣ୍ଡିଗୁଡା, ହରିନାୟକ ଗୁଡା, ଦିସାରୀଗୁଡା, ଚେରକିଆଗୁଡା, ରାଙ୍ଗୀନିଗୁଡା, ମୁର୍ଜି ଭାଲୁଗୁଡା ଭଳି ଅନେକ ଗ୍ରାମର ଜନସାଧାରଣ ମାନେ ବ୍ଲକ କାର୍ଯ୍ଯାଳୟ ଆସି ଏବିଡିଓ ନିବେଦିତା ଦଣ୍ଡସେନାକୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ! ଲୋକ ମାନେ ସୁବିଧାରେ ଯାତାୟତ କରିବା ପାଇଁ ସରକାର ଆରମ୍ଭ କଲେ ଲକ୍ଷ୍ମୀ ବସ ଯୋଜନା । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଉଛି। ପଞ୍ଚାୟତ ସାରା ଲକ୍ଷ୍ମୀ ବସର ବିଜ୍ଞାପନ ହୋଡ଼ିଂ ଗୁଡିକ ଲାଗିଛି କିନ୍ତୁ ପଞ୍ଚାୟତକୁ ଯାଇ କିଛି ଗାଁ କୁ ଗଡୁନି ଲକ୍ଷ୍ମୀ ବସ। ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦୁଗୁଡା ପଞ୍ଚାୟତବାସୀ । ଏବେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ପକ୍କା ହୋଇଥିଲେ ମଧ୍ଯ ବସ ଯାଉନଥିବାରୁ ଗାଁ ର ମହିଳା ଓ ପୁରୁଷ ମାନେ ଅଧିକ ଟଙ୍କା ଦେଇ ଯାତାୟତ କରୁଥିବାର କହିଛନ୍ତି ! ତେଣୁ ଉକ୍ତ ଗାଁ ଗୁଡିକକୁ ବସ ସେବା ପୁଣିଥରେ ଆରମ୍ଭ କରିବା ପାଇଁ ଲୋକେ ବିଡିଓ ଙ୍କୁ ଅନୁରୋଧ କରିଛନ୍ତି ! ଦାବିପତ୍ର ପ୍ରଦାନ ସମୟରେ କେନ୍ଦୁଗୁଡାର ପୂର୍ବତନ ସମିତିସଭ୍ଯ ବିଶ୍ବଜୀତ ନାୟକ, ଜଗନ୍ନାଥ ବିଶୋଇ , ସିରା ହରିଜନ, ଲୋକନାଥ ଦାସ, ଗୁପ୍ତ ଫାଲାମ, ବାବୁଲା କାର୍ତ୍ତି, ପୂର୍ଣ୍ଣ ଚନ୍ଦ୍ର ଡାକୁଆ, ସୁରେଶ ଖରା ଉପସ୍ଥିତ ରହିଥିଲେ !


