ମାଣିତରା, ଖୋଳଖାଳି ଓ ସଙ୍କୁରୁ ରେ ଗଜଲକ୍ଷ୍ମୀ ପୂଜା

ବୁଗୁଡା, (ଅନୀଲ କୁମାର ମହାରଣା) : ବୁଗୁଡା ବ୍ଳକ ଅନ୍ତର୍ଗତ ମାଣିତରା, ଖୋଳଖାଳି ଓ ସଙ୍କୁରୁ ଗ୍ରାମରେ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ସନ୍ଧ୍ୟାରେ ବିଭିନ୍ନ ବାଜା ବଜାଇ ମା’ ଙ୍କ ମୃଣୟ ମୂର୍ତ୍ତିକୁ ଜୀବନ୍ୟାସ ଦେଇ ପୂଜାର୍ଚ୍ଚନା କରାଯାଇଥିଲା। ଆକର୍ଷଣୀୟ ମେଢ଼ ଓ ଆଲୋକସଜ୍ଜାରେ ପୂଜାସ୍ଥଳୀ ଝଲକି ଉଠିବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ବହୁ ଶ୍ରଦ୍ଧାଳୁ ମା’ ଗଜଲକ୍ଷ୍ମୀଙ୍କୁ ଦର୍ଶନ କରିବାକୁ ସମାବେଶ ହୋଇଥିଲେ। ମାଣିତରା ଗ୍ରାମରେ ମା’ ଗଜଲକ୍ଷ୍ମୀ ପୂଜା କମିଟି ଓ ଗ୍ରାମବାସୀ ବୃନ୍ଦଙ୍କ ସହଯୋଗରେ ଅନୁଷ୍ଠିତ ପୂଜା କାର୍ଯ୍ୟକ୍ରମ ରେ କୁମୁଦ ଚନ୍ଦ୍ର ମିଶ୍ର ପୁରୋହିତ ଭାବେ ଏବଂ କାର୍ତ୍ତାଭାବେ ବିନୋଦ ପ୍ରଧାନ ଓ ରଶ୍ମିତା ପ୍ରଧାନ ଯୋଗଦେଇ ପୂଜା କାର୍ଯ୍ୟ ସମାପନ କରିଥିଲେ। ଖୋଳଖାଳି ଗ୍ରାମର ବଡ଼ଦାଣ୍ଡ ସାହି ଗଜଲକ୍ଷ୍ମୀ ପୂଜା କମିଟି ଓ ଖୋଳଖାଳି ଗ୍ରାମବାସୀ ବୃନ୍ଦଙ୍କ ସହଯୋଗରେ ଅନୁଷ୍ଠିତ ମା’ ଙ୍କ ପୂଜା କାର୍ଯ୍ୟରେ ବନମାଳୀ ରଥ ପୁରୋହିତ ଭାବେ ଓ ଜାନକୀ ବଲ୍ଲଭ ରାଉତ କର୍ତ୍ତା ଭାବେ ଯୋଗଦେଇ ପୂଜାକାର୍ଯ୍ୟ ସମାପନ କରିଥିଲେ। ସେହିପରି ସଙ୍କୁରୁ ଗ୍ରାମରେ ମା’ ଠାକୁରାଣୀ ପୂଜା କମିଟି ଓ ଗ୍ରାମବାସୀ ବୃନ୍ଦଙ୍କ ସହଯୋଗରେ ମା’ ଙ୍କ ପୂଜାକାର୍ଯ୍ୟ ପୁରୋହିତ ଓ କର୍ତ୍ତାଙ୍କ ଦ୍ୱାରା ସମାପନ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ