ଗଜପତି କଂଗ୍ରେସ ତରଫରୁ ଅଖି ମୁଠି ଅନୁକୂଳ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଗଜପତି ଜିଲ୍ଲା କଂଗ୍ରେସ ଦଳ ତରଫରୁ ଅଖି ମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଜିଲ୍ଲାକଂଗ୍ରେସ କମିଟି ତରପରୁ ମୋହନା ବିଧାୟକ ତଥା ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଦାଶରଥି ଗମାଙ୍ଗଙ୍କ ନିର୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ନାରାୟଣପୁର ଥରେ ଅନୁଷ୍ଠିତ ହୋଇଯାଇଛି. ଏଥିରେ କଂଗ୍ରେସ ଦଳର ବରିଷ୍ଠ ନେତା ଈଶ୍ବର ଚନ୍ଦ୍ର ମାଝୀ, ସଂଜୟ ଅଧୂକାରୀ, ମହିଳା କଂଗ୍ରେସ ସଭାନେତ୍ରୀ ଜସ୍ମିନ୍ ଶେଖ୍ ଓ ଅନ୍ୟାନ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ।


