ଗଜପତି ଜିଲ୍ଲା କୋର୍ଟ ସ୍ୱଚ୍ଛସାଥୀଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ୧ବର୍ଷ ସଶ୍ରମ କାରାଦଣ୍ଡ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡିସ୍ଥିତ ଗଜପତି ଜିଲ୍ଲା ନ୍ୟାୟାଳୟ ଜଣେ ସ୍ୱଚ୍ଛସାଥୀଙ୍କୁ ଅସଦାଚରଣ କରିବା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୧ବର୍ଷ ସଶ୍ରମ କାରାଦଣ୍ଡ ସଜାର ରାୟ ଶୁଣାଇଛନ୍ତି. ଏଠାରେ ସୂଚନାଯୋଗ୍ୟ, ତା ୦୬-୦୭-୨୦୨୧ ରିଖ ଦିନ ସକାଳ ୭ଟା ସମୟରେ ଜଣେ ସ୍ୱଚ୍ଛସାଥୀ ଏନ. ଗୀତା ଗାନ୍ଧିସ୍କୁଲ ନିକଟରେ ସଫେଇ କରୁଥିଲେ; ସେହି ସମୟରେ ଅଭିଯୁକ୍ତ ଡାମା ପନାଡୁ ପଛପଟୁ ଆସି ଏନ. ଗୀତାଙ୍କୁ ଅସଦାଚରଣ କରିବା ସହ ଠେଲାପେଲା ବି କରିଥିଲେ। ଯାହାକି ଗୀତାଙ୍କ ମାନସିକ ସନ୍ତୁଳନ ତଥା ସମ୍ମାନକୁ ଆଘାତ ପହଞ୍ଚାଇଥିଲା। ସୂଚନାଯୋଗ୍ୟ, ଏହି ଘଟଣା ପୂର୍ବରୁ ବହୁଥର ଉକ୍ତ ଅଭିଯୁକ୍ତ, ଗୀତାଙ୍କୁ ସବୁ ସ୍ଥାନରେ ପିଛା କରିବା ସହ ହଇରାଣ କରିବାର ଖବର ମଧ୍ୟ ଗୀତା ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ସେହିପରି ଉକ୍ତ ଅଭିଯୁକ୍ତ ଏତଲାକାରିଣୀଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କୁ ତାଙ୍କ ସହ ରହିବା ପାଇଁ ଜୋର ଜବରଦସ୍ତ କରିବା ସହ କର୍ମସ୍ଥଳୀରେ ମଧ୍ଯ ହଇରାଣ କରିବାକୁ ପଛାଉନଥିଲେ। ତେଣୁ ଶେଷରେ ଅତିଷ୍ଠ ହୋଇ ସ୍ୱଚ୍ଛସାଥୀ ଏନ. ଗୀତା ପାରଳାଖେମୁଣ୍ଡି ଥାନାରେ ମାମଲା ନମ୍ବର ୧୪୦ ରେ ଏକ ମାମଲା ଉକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ରୁଜୁ କରିଥିଲେ ଓ ତତ୍କାଳୀନ ସବ ଇନ୍ସପେକ୍ଟର ପିଙ୍କି କୁମାରୀ ମୁର୍ମୁ ଉକ୍ତ ମାମଲାର ତଦନ୍ତ କରି ଉକ୍ତ ଆସାମୀଙ୍କୁ କୋର୍ଟ ଚାଲାଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ