ଗଜପତିର ସ୍ୱତନ୍ତ୍ର କୋୖର୍ଟରେ ମାଓନେତା ଆଜାଦ ହଜାର ହେଲେ 4 ମାମଲାରୁ ନିର୍ଦୋଷରେ ଖଲାସ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଅନ୍ୟତମ ମାଓନେତା ଡୋନା କେଶବ ରାଓ ଓରଫ ଆଜାଦଙ୍କୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଥିବା ସ୍ବତନ୍ତ୍ର ଅଦାଲତରେ ଭୁବନେଶ୍ୱର ଝାରପଡା ଜେଲରୁ ଅଣାଯାଇ ଦ୍ଵିତୀୟ ଥର ପାଇଁ ହାଜର କରାଯାଇଛି | ଆଜାଦଙ୍କ ବିରୋଧରେ ସମୁଦାୟ ୩୭ ମାମଲା ରହିଛି। ସେଥିମଧ୍ୟରୁ ଅଧିକାଂଶ ମାମଲା ଗଜପତିରେ ରହିଛି । ଗତ ୧୪ ବର୍ଷ ଧରି ଆଜାଦ ବିଭିନ୍ନ ମାମଲାରେ ଜଡ଼ିତ ଥାଇ କୌଣସି ମାମଲାର ବିଚାରଣ ହୋଇପାରୁନଥିଲା। ଯାହାକୁ ଭିଭି କରି ଆଜାଦଙ୍କ ଓକିଲ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏହାକୁ ଶୁଣାଣି କରି ସୁପ୍ରିମକୋର୍ଟ ଆଜାଦଙ୍କ ମାମଲା ଗୁଡିକର ବିଚରଣ କରି ଶୁଣାଣି କରିବା ପାଇଁ ରାୟରେ ନିର୍ଦେଶ ଦେଇଥିଲେ. ଏଥି ଅନୁଯାୟୀ    ଗତକାଲି   ଦ୍ଵିତୀୟ ଥର ପାଇଁ ପାରଳାଖେମୁଣ୍ଡି ସ୍ୱତନ୍ତ୍ର କୋୖର୍ଟରେ ଆଜାଦ ହାଜର ହୋଇଥିଲେ. 4 ଗୋଟି ମାମଲାରେ ସାକ୍ଷ୍ୟ ପ୍ରମାଣ ଅଭାବ ଯୋଗୁଁ ସ୍ୱତନ୍ତ୍ର କୋୖର୍ଟ  ଆଜାଦଙ୍କୁ 4 ଟି ମାମଲାରୁ ନିର୍ଦୋଷରେ ଖଲାସ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ