ଚୌଦ୍ଵାର ଜେଲ ଭିତରେ ଗ୍ୟାଙ୍ଗଷ୍ଟାର୍ ଥାର ପ୍ରବେଶ ଘଟଣା:ରିପୋର୍ଟକୁ ନେଇ ଜେଲ ଡିଜିଙ୍କ ତର୍ଜମା
କଟକ, (ଓ୍ବାଇଏନଏସ): କଟକ ଚୌଦ୍ଵାର ଜେଲ ଭିତରେ ଗ୍ୟାଙ୍ଗଷ୍ଟାର୍ ଥର ଜେଲ ଭିତରେ ପ୍ରବେଶ ଘଟଣା । ଜେଲ ଡିଜିଙ୍କୁ ତଦନ୍ତ ରିପୋର୍ଟ ଦେଲେ ଜେଲ ଅଧିକ୍ଷକ । ରିପୋର୍ଟକୁ ନେଇ ଜେଲ ଡିଜିଙ୍କ ତର୍ଜମା । ଅବହେଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ହେବ ନେଇ ସୂଚନା । ତେବେ ଜେଲ ଅଧିକ୍ଷକ ତଦନ୍ତ କରି ରିପୋର୍ଟ କରିଥିବାରୁ ନିଜକୁ ଖସାଇ କିଛି ୱାର୍ଡରଙ୍କୁ ଏହି ବିବାଦୀୟ ପ୍ରସଙ୍ଗ ରେ ଦାୟୀ କରାଯାଇଥିବା ବିଶେଷ ସୂତ୍ରରୁ ସୂଚନା । ୪୮ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ସତ୍ତ୍ୱେ ବିଳମ୍ବରେ ଜେଲ ଅଧିକ୍ଷକ ଦେଇଥିଲେ ରିପୋର୍ଟ । ଜେଲ ଭିତରକୁ କେଉଁ ପରିସ୍ଥିତରେ ଥର ଗାଡ଼ି ପଶିଲା, କିଏ ଦେଇଥିଲେ ଅନୁମତି, ଦାୟିତ୍ୱରେ ଥିବା ଜେଲ କର୍ମଚାରୀ, ଅଧିକାରୀ କରୁଥିଲେ କଣ, କାହିଁକି ଗ୍ୟାଙ୍ଗ ଷ୍ଟରକୁ ଏତେ ଅନୁକମ୍ପା, ଏ ସବୁ ଦିଗକୁ ନେଇ ରିପୋର୍ଟ ଦେବାକୁ କଟକ ରେଞ୍ଜ ଡିଆଇଜିକୁ ଜେଲ ନିର୍ଦ୍ଦେଶାଳୟ ପକ୍ଷରୁ କଡା ତାଗିଦ ପରେ ସେ ଜେଲ ଅଧିକ୍ଷକଙ୍କ ରିପୋର୍ଟ ତଲବ କରିଥିଲେ । ୪୮ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଥିଲା। ଦେଖିବାର କଥା ହେଉଛି ଜେଲ ଭିତରେ ଥର ପଶିବା ବିବାଦୀୟ ପ୍ରସଙ୍ଗ ଉପରେ ଜେଲ ଡିଜି ରିପୋର୍ଟ ଅନୁସାରେ କାହା ଉପରେ ଆକ୍ସନ ନେଉଛନ୍ତି । ଆଉ କି ପ୍ରକାର ଆକ୍ସନ ନେଉଛନ୍ତି ଏବଂ କେବେ ନେଉଛନ୍ତି । ଜେଲ ଅଧିକ୍ଷକ ସୁଜିତ ରାହୁଲ ଏବଂ ଅନ୍ୟମାନଙ୍କ ଉପରେ କିଛି ଆକ୍ସନ ହେଉଛି ନା ନାହିଁ ଦେଖିବାର କଥା ।


