ଦେଶର ଦ୍ଵିତୀୟ ଶ୍ରେଷ୍ଠ ଜ଼ିଲ୍ଲା ଭାବେ ଗଞ୍ଜାମ ଜାତୀୟ ପଞ୍ଚାୟତ ଆୱାର୍ଡ-୨୦୨୬ ପୁରସ୍କୃତ

ଛତ୍ରପୁର,(ଓ୍ବାଇଏନଏସ) :ଜାତୀୟସ୍ତରରେ ଗଞ୍ଜାମ ଜ଼ିଲ୍ଲା ପୁରସ୍କୃତ ହେବାର ଧାରା ବଜାୟ ରଖିଛି l ପୁଣି ଥରେ ଗଂଜାମ ଜିଲ୍ଲା ଦେଶର ଦ୍ଵିତୀୟ ଶ୍ରେଷ୍ଠ ଜ଼ିଲ୍ଲା ଭାବେ  ଜାତୀୟ ପୁରସ୍କାର ମିଳିଛି । ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବତ୍ତୋମ ସଂସ୍ଥାର ପୁରସ୍କାର ଯୋଜନାରେ ଦେଶର ଦୁତୀୟ ଶେଷ୍ଠ ଜ଼ିଲ୍ଲା ଭାବେ ପଞ୍ଚାୟତ ଆୱାର୍ଡ-୨୦୨୬  ପୁରସ୍କାର  ଲାଭ କରିଛି । ଏନେଇ ଆଜି ଦିଲ୍ଲୀ ଠାରେ ଗଞ୍ଜାମ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଗଞ୍ଜାମ ଜ଼ିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଜ଼ିଲ୍ଲା ପରିଷଦର ସିଡିଓ ସମୀର କୁମାର ଜେନା, ଅତିରିକ୍ତ ମୁଖ୍ୟ  ଉନ୍ନୟନ ଅଧିକାରୀ ବିଜୟ କୁମାର  ବେହେରା ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଛନ୍ତି  । ଏହାସହ ୩ କୋଟି ଟଙ୍କା ମଧ୍ୟ ଗଞ୍ଜାମ ଜ଼ିଲ୍ଲାକୁ ମିଳିଛି l ବିଭିନ୍ନ ମହଲରୁ ଗଞ୍ଜାମ ଜ଼ିଲ୍ଲା ପ୍ରଶାସନକୁ ଶୁଭେଚ୍ଛା ଜଣାଇଛନ୍ତି l ଗଞ୍ଜାମ ଜ଼ିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ୨୦୨୪-୨୫ ବର୍ଷରେ ପଞ୍ଚାୟତରାଜ ବିଭାଗର ଗଞ୍ଜାମ ଜ଼ିଲ୍ଲାର ସମସ୍ତ ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀଙ୍କୁ ବିଭିନ୍ନ ଦିଗରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ବେଳେ ଏହି ବାବଦରେ ରାଜସ୍ବ ଆଦାୟରେ ମଧ୍ୟ ବେଶ ସହାୟକ ହୋଇପାରିଛି l ଫଳରେ ଜାତୀୟ ପୁରସ୍କାର ପାଇଁ ପାଇବାର ହକଦାର ହୋଇପାରିଥିବା ସୂଚନା ମିଳିଛି l ମିଳିଥିବା ସୂଚନାନୁସାରେ, ଏହି ଜ଼ିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରରେ ୪୪୩ ବ୍ୟାଚକୁ ପ୍ରଶିକ୍ଷଣ ଦିଆଯାଇଛି l ୨୪ ହଜାର ୬୧୨ ଜଣ ପ୍ରଶିକ୍ଷଣ ନେଇଥିବା ବେଳେ ସେଥିମଧ୍ୟରୁ ୮ ହଜାର ୫୫୯ ଜଣ ପଞ୍ଚାୟତ ପ୍ରତିନିଧି ରହିଥିବା ବେଳେ ୧୬ ହଜାର ୫୩ ଜଣ ବିଭିନ୍ନ କର୍ମଚାରୀ ଓ ଅଧିକାରୀ ରହିଛନ୍ତି l ଏହି ବାବଦରେ ପ୍ରାୟ ୫୮ ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହୋଇପାରିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ