ଗ୍ୟାସ କଳାବଜାରି, ୧୦୮ ଗ୍ୟାସ ସିଲିଣ୍ଡର ଜବତ

ଛତ୍ରପୁର, (ଓ୍ବାଇଏନଏସ): ଆନ୍ତର୍ଜାତୀୟ ସ୍ତରରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଏବେ ସ୍ଥାନୀୟ ବଜାର ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରନ୍ଧନ ଗ୍ୟାସ ଯୋଗାଣରେ ବ୍ୟାଘାତ ସୃଷ୍ଟି ହେବା ଫଳରେ ସାଧାରଣ ଖାଉଟି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ୟାସ ସଂଗ୍ରହ ପାଇଁ ସ୍ଥାନୀୟ ଗ୍ୟାସ ଏଜେନ୍ସି କାର୍ଯ୍ୟାଳୟ ସମ୍ମୁଖରେ ଉପଭୋକ୍ତାଙ୍କର ଅସମ୍ଭାଳ ଭିଡ଼ ସହ ଶହ ଶହ ମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ୟାସ ସିଲିଣ୍ଡର ଯୋଗାଣ କମିଥିବା ବେଳେ ବୁକିଂ କରିବାର ଅନେକ ଦିନ ପରେ ମଧ୍ୟ ଲୋକଙ୍କୁ ସିଲିଣ୍ଡର ମିଳୁନାହିଁ। ଏହି ସଙ୍କଟ ସମୟରେ କଳାବଜାରୀ ହେବାର ଆଶଙ୍କା କରି ଖାଉଟିମାନେ ଆଗୁଆ ସିଲିଣ୍ଡର ପାଇବା ପାଇଁ ଅଫିସ ଆଗରେ ଭିଡ଼ ଜମାଉଛନ୍ତି । ​ସକାଳୁ ସକାଳୁ ଲୋକମାନେ ନିଜର ଖାଲି ସିଲିଣ୍ଡର ଧରି ଧାଡ଼ିରେ ଛିଡ଼ା ହେଉଥିବା ଦେଖାଯାଉଛି। ଅନେକ ସ୍ଥାନରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ଗ୍ୟାସ ନପାଇ ନିରାଶ ହୋଇ ଫେରୁଛନ୍ତି। ଏହି ସମୟରେ ଏପରିକି ବହୁ ହୋଟେଲ ଓ ଫାଷ୍ଟଫୁଡ ଦୋକାନ ମଧ୍ୟ୍ୟ ଗ୍ୟାସ ନପାଇଁ କିଛି ସ୍ଥାନରେ କାଠ ଚୁଲି କରୁଛନ୍ତି | ଏହି ସମୟରେ କିଛି ଅସାଧୁ ବ୍ୟକ୍ତି ଏହି ସମୟରେ କଳାବଜାରି କରୁଛନ୍ତି | ଯୋଗାଣ ବିଭାଗ ପକ୍ଷରୁ ଏହାକୁ କିପରି ରୋକାଯିବ ସେନେଇ ୪ ଟି ସ୍କ୍ୱାଡ଼ ଗଠନ ସମେତ ୨୪ ଘଣ୍ଟିଆ କଂଟ୍ରୋଲ ରୁମ ଖୋଲାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ ସୂଚନା ଦେଇଛନ୍ତି |  ଏବେ ଗଞ୍ଜାମ ଜିଲ୍ଲା ରେ ବିଭିନ୍ନ ସ୍ଥାନରେ ଗ୍ୟାସ ଚଢ଼ାଉ କରାଯାଉଛି | ଆଜି ଦିଗପହଣ୍ଡି ଓ କୁକୁଡ଼ାଖଣ୍ଡିରେ ୪୧  ଟି ଗ୍ୟାସ ସିଲିଣ୍ଡର ଜବତ ହୋଇଛି | ସେଥିରୁ  ୩୬ଟି ଘରୋଇ ଓ ୫ ଟି କମରସିଆଲ ଗ୍ୟାସ ଜବତ ହୋଇଛି |  ଯେଉଁ ମାନେ ଏହିପରି କରିଛନ୍ତି ସେମାନଙ୍କ ନାମରେ ଏତଲା ଦିଆଯିବ | ଏଯାବତ ଜିଲ୍ଲା ରେ ୧୦୮  ଟି ଗ୍ୟାସ ସିଲିଣ୍ଡର ଜବତ ହୋଇଛି | ସେଥିରୁ ୬୩ ଟି ଘରୋଇ ଗ୍ୟାସ ଓ ୪୫ଟି କମରସିଆଲ ଗ୍ୟାସ ଜବତ ହୋଇଛି ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ ସୂଚନା ଦେଇଛନ୍ତି |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ