ଗୈାରୀଶଙ୍କର ଓ ଚନ୍ଦନ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟସ କ୍ଳବ୍ ଆନୁକୂଲ୍ୟରେ ଶୁକ୍ରବାର ଠାରୁ ଦିଗପହଣ୍ଡି ବ୍ଳକ ଖମାରୀ ଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ପଡିଆ ଠାରେ ଗୈାରୀଶଙ୍କର ଓ ଚନ୍ଦନ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟ ଆୟୋଜକ କମିଟି ସଭାପତି  ରଞ୍ଜନ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନୀ ଉତ୍ସବରେ ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ମୁଖ୍ୟ ଅତିଥି , ଦିଗପହଣ୍ଡି ନଗର କଂଗ୍ରେସ କମିଟିର ପୂର୍ବତନ ସଭାପତି ତଥା  କାଉନସିଲର ଦୀପକ କୁମାର ମିଶ୍ର , ସମିତି ସଭ୍ୟ ପ୍ରତିନିଧି ଭଗବାନ ମହାପାତ୍ର , ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ  ଡମ୍ବରୁଧର ସେଠୀ
ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉଦଘାଟନୀ ମ୍ୟାଚରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ଏବଂ ବ୍ରହ୍ମପୁରର ପାୱାର ସିକ୍ସ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ ଦାରିଙ୍ଗିବାଡି ଟିମ୍ ୫ ଟି ସେଟ୍ ମଧ୍ୟରୁ କ୍ରମାଗତ ୩ ସେଟ୍ ଜିତି ମ୍ୟାଚ ଏକତରଫା କରି ଫାଇନାଲରେ ପହଞ୍ଚିଛି । ସମ୍ପାଦକ ଚିତ୍ରସେନ ଗୈାଡ , କୋଷାଧ୍ୟକ୍ଷ ପ୍ରଶାନ୍ତ ଗୈାଡ , ଉପଦେଷ୍ଟା ସନ୍ତୋଷ କୁମାର ସାହୁ, ଶିବାନନ୍ଦ ପାଣିଗ୍ରାହୀ , ଭୈରବ କର , ଦୁର୍ଗାପ୍ରସାଦ ଗୈାଡ , ଜୟସେନ ପାଣିଗ୍ରାହୀ  , କମିଟି ସଦସ୍ୟ ରାଧାକାନ୍ତ ମହାନ୍ତି , ଅରୁଣ ପାଣିଗ୍ରାହୀ , ପଞ୍ଚାନନ ସାହୁ , ରଞ୍ଜନ ଗୈାଡ , କାଳୁଚରଣ ଗୈାଡ , ପିଣ୍ଟୁ ଆଚାରୀ , ମିଲନ ପାଣିଗ୍ରାହୀ , ଶଙ୍କର ଦୋରା , କିରଣ ଗୈାଡ , ସନ୍ତୋଷ ସାହୁ , ଶରତ ଶବର , ଚନ୍ଦନ ପାତ୍ର , କାଳିଆ ରାଓ ସମେତ କ୍ଳବ୍ ସଦସ୍ୟ ମାନେ ପରିଚାଳନାରେ ସହଯୋଗ ପ୍ରଦାନ କରିଥିବା ବେଳେ ଗୋବିନ୍ଦ ନାୟକ ରେଫେରି ଭାବେ ଦାୟିତ୍ବ ତୁଲାଇଥିଲେ । ପାୱାର ସିକ୍ସ ଟିମ୍ ରେ ଖେଳୁଥିବା କନ୍ଧମାଳ ଜିଲ୍ଲା ର ବିଟୁ ନାୟକ ଓରଫ ଢାମଣା ଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ