ଶ୍ରୀ ରାମଚରିତ ମାନସ ପାରାୟଣ ଉଦଯାପିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)ଦିଗପହଣ୍ଡି ରାଜନହର ସିଂହଦ୍ଵାର ସମ୍ମୁଖରେ ଗତ ୮ତାରିଖ ଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏଥିରେ ସହର ତଥା ଆଖପାଖ ଗ୍ରାମାଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା କାର୍ଯ୍ୟକାରୀ ସଭାପତି ତଥା ଏନ୍ଏସି ନଗରପାଳ ପ୍ରଫୁଲ ପଣ୍ଡାଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନ ଏବଂ ଆଇନଜୀବୀ ହରପ୍ରସାଦ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଅନ୍ତିମ ସନ୍ଧ୍ୟାରେ ଘୃତହୋମ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ରଘୁନାଥ ପାଣିଗ୍ରାହୀ ଓ ସହଧର୍ମିଣୀ କର୍ତ୍ତା ଆସନ ଅଳଙ୍କୃତ କରିଥିଲେ। ଜ୍ଞାନ ଯଜ୍ଞରେ ବିଶିଷ୍ଟ ପ୍ରବକ୍ତା ପଣ୍ଡିତ ସଦାନନ୍ଦ ଦାସ ମହାରାଜ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ପ୍ରସଙ୍ଗ ଉପରେ ନିଜର ଅମୃତ ବିଚାର ପ୍ରକଟ କରି ପ୍ରଭୁ ରାମଙ୍କ ଆଦର୍ଶ ବ୍ୟକ୍ତି ଚରିତ୍ରକୁ ମାର୍ଜିତ କରିଥାଏ ବୋଲି କହିଥିଲେ। ପ୍ରବଚନ ଶେଷରେ ବ୍ୟାସ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପୁରୀ ଶ୍ରୀ ରାମଦୟା ପରିଷଦର ମହାମଣ୍ଡଳେଶ୍ବର ବ୍ଯାସ ମହନ୍ତ ଶ୍ରୀ ଗଙ୍ଗାରାମ ଦାସଜୀ ମହାରାଜଙ୍କୁ ଶ୍ରଦ୍ଧାଳୁ ଭକ୍ତଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଥିଲା। ପୂର୍ଣ୍ଣାହୂତୀ ଦିବସର ଅନ୍ନ ଯଜ୍ଞରେ ସହସ୍ରାଧିକ ଭକ୍ତ ସାମିଲ ହୋଇ ପ୍ରସାଦ ସେବନ କରିଥିଲେ। ପରିଚାଳନା କମିଟି କର୍ମକର୍ତ୍ତା ହରିକୃଷ୍ଣ ପଣ୍ଡା, ସତ୍ଯନାରାୟଣ ଦାଶ, ହରିକୃଷ୍ଣ ସାହୁ, ଲକ୍ଷ୍ମୀ ନାରାୟଣ ଦାଶ, କାଳୁଚରଣ ପାଣିଗ୍ରାହୀ, ଲକ୍ଷ୍ମୀ ନୃସିଂହ ମାର୍ଥା, ହେମନ୍ତ କୁମାର ପାଣିଗ୍ରାହୀ, ସୁବାସ ଚନ୍ଦ୍ର ପାଢ଼ୀ, ଭାଗିରଥି ଚୌଧୁରୀ, ପି. ଗୋବିନ୍ଦ ପାତ୍ର, ବିନୋଦ ଚନ୍ଦ୍ର ଦାଶ, ସୁରେନ୍ଦ୍ର ପଟ୍ଟନାୟକ, ରାମୁ ଆଚାରୀ, ଗୌରଚନ୍ଦ୍ର ପୂଜାରୀ, ଏମ୍. ବାଇନାଥ ଓ ଅନ୍ୟ ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ