ସନ୍ଥ ଅରକ୍ଷିତ ଅନାଥ ଆଶ୍ରମରେ ସାଧାରଣ ବୈଠକ ଅନୁଷ୍ଠିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ନଈପାରିଗଢିଆ ଠାରେ ସନ୍ଥ ଅରକ୍ଷିତ ଅନାଥ ଆଶ୍ରମର ନିର୍ମାଣ କାର୍ଯ୍ୟ ଚାଲିଛି । ଏପରିପେକ୍ଷୀରେ ଆଜି ନଈପାରିଗଢିଆ ପ୍ରାଥମିକ ବିଦ୍ୟାଳୟ ଠାରେ ଅନାଥ ଆଶ୍ରମର ୨ୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଗଣେଶ ପ୍ରସାଦ ପରିଡାଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ଆଗାମୀ ଦିନରେ ଏହି ଅନାଥ ଆଶ୍ରମ କିପରି ଆଗକୁ ବଢି ପାରିବ ସେନେଇ ଉପସ୍ଥିତ ଅଞ୍ଚଳବାସୀଙ୍କ ସହଯୋଗ କାମନା କରାଯାଇଥିଲା । ଏହି ଅନାଥ ଆଶ୍ରମ ପ୍ରତିଷ୍ଠା ହେଲେ ଆଖପାଖ ଅଞ୍ଚଳର ଲୋକ ମାନେ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ ପାଇଥିଲା । ଏହି ଆଶ୍ରମ ନିର୍ମାଣ ନେଇ ବଦାନ୍ୟ ବ୍ୟକ୍ତି ମାନଙ୍କ ସହଯୋଗ କାମନା କରାଯାଇଥିଲା । ଶେଷରେ ସମାଜସେବୀ ହେମନ୍ତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ବଂଶୀଧର ପରିଡା, ଚନ୍ଦ୍ରମଣି ଜେନା, ନିରଞ୍ଜନ ପରିଡା, ରତ୍ନାକର ସ୍ୱାଇଁ, ମଣିଭଦ୍ର ଜେନା, ଅମର ସ୍ୱାଇଁ, ଶାନ୍ତି ପରିଡା, ରୀତାରାଣୀ ପରିଡା, ସଞ୍ଜୁଲତା ପରିଡା, ସୂଚୀସ୍ମିତା ପରିଡା, ହିମାଂଶୁ ଜେନା, ଅନିତା ପରିଡା, ସସ୍ମିତା ପରିଡା, ସୁଭଦ୍ରା ପରିଡା, ମୃତ୍ୟୁଞ୍ଜୟ ପରିଡାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ