ଆସିକାରେ ସରିଲା ସାଧାରଣ ବିଜ୍ଞାନ ଖାତା ମୂଲ୍ୟାୟନ
ଆସିକା (ୱାଇଏନ୍ଏସ୍) :ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ସ୍ଥାନୀୟ ପିଏମ୍ଶ୍ରୀ ହରିହର ହାଇସ୍କୁଲ କେନ୍ଦ୍ରରେ ଶୃଙ୍ଖଳିତ ଭାବେ ଗତ ୧୯ ତାରିଖ ଠାରୁ ଚାଲିଥିବା ଜଣାପଡିଛି । ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରର ଅଧୀକ୍ଷକ ତଥା ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତି ଓ ବୋର୍ଡ ପକ୍ଷରୁ ନିଯୁକ୍ତି ପାଇଥିବା କ୍ୟାମ୍ପ ଅଫିସର ମଦନ ମୋହନ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ପରୀକ୍ଷା ଖାତା ମୂଲ୍ୟାୟନ ଚାଲିଥିବା ଜଣାପଡିଛି । ମାଧ୍ୟମିକ ଶିକ୍ଷା ପରିଷଦର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ପିଏମ୍ଶ୍ରୀ ହରିହର ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରରେ ଗତ ୧୯ ତାରିଖ ଠାରୁ ଆରମ୍ଭ ହୋଇଥିବା ଖାତା ଦେଖା କାର୍ଯ୍ୟକ୍ରମ ଅବସରରେ ୨୭ ତାରିଖ ସୁଦ୍ଧା ସାଧାରଣ ବିଜ୍ଞାନ, ଇତିହାସ ଓ ଭୂଗୋଳ ଏବଂ ହିନ୍ଦୀ ବିଷୟର ଖାତା ଦେଖା ସରିଥିବା ଜଣାପଡିଛି । ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ପରୀକ୍ଷାର ସାଧାରଣ ବିଜ୍ଞାନ ପାଠ୍ୟକ୍ରମ ଅନ୍ତର୍ଗତ ଭୌତିକ ବିଜ୍ଞାନର ସବ୍ଜେକ୍ଟିଭ୍ ଖାତାଦେଖା ମାଧ୍ୟମିକ ଶିକ୍ଷା ପରିଷଦର ମାର୍ଗଦର୍ଶିକା ଅନୁଯାୟୀ ଶେଷ ହୋଇଥିବା ଜଣାପଡିଛି । ଭୌତିକ ବିଜ୍ଞାନ ପାଠ୍ୟକ୍ରମର ସବ୍ଜେକ୍ଟିଭ୍ ଉତ୍ତର ଖାତା ମୂଲ୍ୟାୟନ ପାଇଁ ଗଠିତ ୟୁନିଟ୍ର ମୁଖ୍ୟ ଅରୁଣ ଚନ୍ଦ୍ର ମହାପାତ୍ର, ଉପମୁଖ୍ୟ ତାରାପ୍ରସାଦ ମିଶ୍ର ଓ ରଜନୀକାନ୍ତ ରଥ, ସ୍କୃଟିନାଇଜର୍ ରୁଚି ନାହାକ ଓ ଶିବାନୀ ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପ୍ରାୟ ୨୯ ଜଣ ଶିକ୍ଷକ ନିୟୋଜିତ ରହି କାର୍ଯ୍ୟକ୍ରମକୁ ସଂପାଦନ କରିଥିବା ଜଣାପଡିଛି ।


