ମହିଳା ମହାବିଦ୍ୟାଳୟ ପକ୍ଷରୁ ବାଳିକା ଦିବସ ପାଳିତ
ଆସିକା (ୱାଇଏନ୍ଏସ୍) : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପିକା ଡଃ ଜୟପ୍ରଦା ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନା, ବରିଷ୍ଠ ଅଧ୍ୟାପକ କେ.ଓମ୍ ନାରାୟଣ ରାଓ, ଗଣେଶ୍ୱର ମାଝୀ, ଡଃ ଏସ୍.ଡି.ରେହେମନ୍ ପ୍ରମୁଖ ଯୋଗଦେଇ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରି ବାଲ୍ୟ ବିବାହକୁ ରୋକିବା, କନ୍ୟା ସନ୍ତାନର ସୁରକ୍ଷା କରିବା, ବାଳିକା ମାନଙ୍କ ପାଇଁ ସୁସ୍ଥ ପରିବେଶ ସୃଷ୍ଟି କରିବା, ବାଳିକା ମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ଉପଯୁକ୍ତ ବାତାବରଣ ସୃଷ୍ଟି ଓ ସେମାନଙ୍କ ସମ୍ମାନ ବଜାୟ ରଖିବା, ବାଳିକା ମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଦେବା ଏବଂ ସେମାନଙ୍କ ବ୍ୟକ୍ତିତ୍ୱର ବିକାଶ ପାଇଁ ଜନସଚେତନତା ସୃଷ୍ଟି ସକାଶେ ପଦକ୍ଷେପ ନେବାକୁ ଆଲୋକପାତ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଏହି ଆନ୍ତର୍ଜାତୀୟ ବାଳିକା ଦିିବସ ପାଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ସୁଶ୍ରୀ ସମିତା ପ୍ରଧାନ, ସୁଶ୍ରୀ ପୂଜା ବିଷୋୟୀ, ଡଃ ଉର୍ମିଳା ମୁଦୁଲି, ଡଃ ଯଶଶ୍ରୀ ମଲିକ, ସାହିନ୍ ନଜର୍, ଗିରିଜା ଆପଟ, ରିଙ୍କି ନାହାକ, ପୂର୍ଣ୍ଣବାସୀ ବେହେରା, ପ୍ରିତୀ ପାତ୍ରଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା ଯୋଗଦେଇଥିବା ବେଳେ ଶିକ୍ଷାନୁଷ୍ଠାନର ଇତିହାସ ବିଭାଗର ଛାତ୍ରୀ ବିସ୍ମିତା ପାଣିଗ୍ରାହୀ, ପୂଜା ଗୌଡ, ସ୍ମୃତି ଗୌଡ, ଚିନ୍ମୟୀ ବେହେରା, ଲିପି ନାୟକ, ଆଶା ମହାରଣା, କାଜଲ୍ ସାହୁ, ମାମାଲି ସାହୁ ଯୋଗଦେଇ ଆନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ପାଳନ ଉପରେ ବହୁ ଶିକ୍ଷଣୀୟ, ଉପାଦେୟ ଓ ହୃଦୟସ୍ପର୍ଶୀ ଅଭିଭାଷଣ ରଖିଥିଲା ବେଳେ ବହୁ ଛାତ୍ରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।