ରାସ୍ତା ଉପରେ ଢଳା ଯାଇଛି ଚିପିସ: ଗଡଚଣ୍ଡି ପୀଠ ରାସ୍ତା ଅବରୋଧ

ହାଟଡିହି (ଓ୍ବାଇଏନଏସ) କେନ୍ଦୁଝର ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ ଗଡ ଚଣ୍ଡୀ ପୀଠ। ଏଠାକୁ ପ୍ରତିଦିନ ଓଡ଼ିଶାର ବିଭିନ୍ନ ପ୍ରନ୍ତରରୁ ପର୍ଯ୍ୟଟକ ମାନେ ବୁଲିବାକୁ ଆସିଥାନ୍ତି। ଏଠାକୁ ଯିବାପାଇଁ ସୁନ୍ଦରାପାଳ ଛକରୁ ଯିବାପାଇଁ ଏକ ପିଚୁ ରାସ୍ତା ଅଛି। କିନ୍ତୁ ଗତ ୨/୩ ମାସ ହେଲା କେହି ବ୍ୟକ୍ତି ଗେଟ ସମ୍ମୁଖ ରାସ୍ତା ଉପରେ ଚିପିସ, ବାଲି ଢ଼ାଳି ଦେଇଥିବାରୁ ପର୍ଯ୍ୟଟକ ମାନେ ଯିବାରେ ନାନା ସମସ୍ୟା ଭୋଗ କରୁଛନ୍ତି। ମୁଖ୍ୟତ ପୀଠକୁ ବସ ରେ ଆସିଥିବା ଯାତ୍ରୀମାନେ ଯିବା ଆସିବା କରିପାରୁ ନାହାନ୍ତି। ଅନେକ ଦିନ ରାତି ସମୟରେ ପଥଚାରୀ ମାନେ ଦୁର୍ଘଟଣାର ମଧ୍ଯ ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସମାଜସେଵୀ ପ୍ରେମାନନ୍ଦ ମିଶ୍ର ଜିଲ୍ଲାପାଳ, ଉପଜିଲ୍ଲାପାଳ ଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ