ଛତ୍ରପୁରରେ ମା ଗଜଲକ୍ଷ୍ମୀଙ୍କ ପୂଜା ଧୂମଧାମରେ ପାଳିତ

ଛତ୍ରପୁର,  (ଓ୍ବାଇଏନଏସ) : ବିଦାୟ ନେଇଛନ୍ତି ମା ଜଗତ ଜନନୀ ଦୁର୍ଗା। ଧରାବତରଣ କରିଛନ୍ତି ମା ଗଜ ଲକ୍ଷ୍ମୀ । ମା ଗଜଲକ୍ଷ୍ମଙ୍କ ଆଗମନରେ ଉତ୍ସବ ମୁଖର ହୋଇ ଉଠିଛି ପୁର ପଲ୍ଲୀ।ଆଉ ସେଥିରୁ ବାଦ ପଡିନି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର। ଛତ୍ରପୁର ସହର ଲୋଏର ବସଷ୍ଟାଣ୍ଡ ରେ ଥିବା ଲକ୍ଷ୍ମୀ ବଜାର ମାର୍କେଟ କମ୍ପ୍ଲେକ୍ସ ଠାରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ବେଶ ଧୁମ ଧାମ ରେ ପାଳନ କରାଯାଇଛି । ସୁନ୍ଦର ତୋରଣ ସହିତ ଆଲୋକ ମାଳା ରେ ପୂଜା ମଣ୍ଡପ ଗୁଡିକୁ ସୁସଜ୍ଜିତ କରାଯାଇଛି। ୨୫ ବର୍ଷ ଅବସର ରେ  ମାଙ୍କ ପୂଜା କମିଟି ପକ୍ଷରୁ ମହାଆଡ଼ମ୍ବରେ କରାଯାଇଛି।  ମାଙ୍କ ଏହି ପୂଜା ଆଜି ଠୁ ୭ ଦିନ ଧରି ଚାଲିବାକୁ ଥିବା ବେଳେ ଅକ୍ଟୋବର ୧୧ ତାରିଖ (ଶନିବାର) ଦିନ ନାମ ଯଜ୍ଞ, ଅନ୍ନ ଯଜ୍ଞ ଓ ଗୀତା ଯଜ୍ଞ ଅନୁଷ୍ଠିତ ହେବ, ଏଥିରେ ବହୁ ଶ୍ରଦ୍ଧାଳୁ ମାନେ ଯୋଗଦେବା ନିମନ୍ତେ ଅନୁରୋଧ କରାଯାଇଛି,   ଏହି ପୂଜା ଅକ୍ଟୋବର ୧୨ ରେ ଉଦଯାପିତ ହେବ । ସକାଳୁ କର୍ମକାଣ୍ଡ ବିଶେଷଜ୍ଞ ପଣ୍ଡିତ ଡ଼.ସରୋଜ କୁମାର ଶତପଥିଙ୍କ ପୌରହିତ୍ୟ ରେ ସୂର୍ଯ୍ୟପୂଜା, ହୋମ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ନୃସିଂହ ପଣ୍ଡା କାର୍ଯ୍ୟ ତୁଲାଇଥିଲେ।ମାଙ୍କ ଆଳତି ଦର୍ଶନ କରିବା ପାଇଁ ଛତ୍ରପୁର ଏବଂ ଆଖ ପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ପୂଜା ମଣ୍ଡପରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି,  ସୋମବାର ତଥା ପ୍ରଥମ ଦିନରେ  ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମାନେ ମଣ୍ଡପକୁ ଆସି ମା ଗଜଲକ୍ଷ୍ମୀ ଙ୍କ  ଦର୍ଶନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ    ପୂଜା କମିଟି ର ଉପଦେଷ୍ଟା ଦୀପକ କୁମାର ମୁଦୁଲି,ମୁଖ୍ୟ କର୍ତ୍ତା ଭାବେ ଏସ. ପ୍ରବୀଣ କୁମାର ଓ ସରୋଜ କୁମାର ପାଢ଼ୀ, ସଭାପତି ବସନ୍ତ କୁମାର ମହାରଣା, ଉପ ସଭାପତି ମନୋଜ କୁମାର ସାହୁ, ସମ୍ପାଦକ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାଶ,   ଆରତ ବିଶ୍ୱାଳ, ଲିପୁନ ବିଶ୍ୱାଳ,  କେ. କମଲାଙ୍କର,  କେଞ୍ଚୁ ପୁରୋହିତ, ସୁରେନ୍ଦ୍ର ବେହେରା, ବାବୁ ବେହେରା,  ଅଖିଳ ପାଣିଗ୍ରାହୀ, ଶିକ୍ଷକ ନେତା ରବିନାରାୟଣ ବେହେରା,କ୍ରୀଡ଼ାବିତ ଭି. ରମେଶ,ଛତ୍ରପୁର ପ୍ରେସ କ୍ଳବର ସଭାପତି ସରୋଜ କୁମାର ସାମଲ,ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ସାହୁ,  ପ୍ରଶାନ୍ତ କୁମାର ମହାରଣା,  କେ ଶ୍ରୀନିବାସ ଦୋରା, ମୁନା ସାମଲ,ଗୌରହରି ସାମଲ, ଗୌରୀଶଙ୍କର ରଥ,ସନ୍ତୋଷ ସାହୁ ଓ ସୁଜୟ ସୁପ୍ରକାଶ ଧଳ ଙ୍କ ସମେତ ବହୁ ପୂଜା କମିଟିର ସଦସ୍ୟ ମାନେ ଉପସ୍ଥିତ ରହି  ପରିଚାଳନା ରେ ସହଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ