କାନ୍ଥ ଖୋଳି ସୁନା ଦୋକାନରୁ ଲୁଟ୍ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଚୋରି

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ାର ବସଷ୍ଟାଣ୍ଡ ନିକଟ ସହୀଦ ଲଷ୍ମଣ ନାୟକ ଛକ ନିକଟସ୍ଥ ମୁରଲୀ ଜ୍ୱଲର୍ସ ନାମକ ଏକ ସୁନା ଦୋକାନରୁ ଗତକାଲି ବିଳମ୍ବିତ ରାତ୍ରରେ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଚୋରି ହୋଇଥିବା ସୂଚନା ମିଳିଛି। ଏହି ଚୋରିକୁ ନେଇ ମୁନିଗୁଡ଼ାରେ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ମୁନିଗୁଡ଼ାରେ ଗତ କିଛି ଦିନ ଧରି ଚୋରିହାରି ବନ୍ଦ ରହିଥିବା ବେଳେ ଏବେ ପୁଣି ସୁନା ଦୋକାନକୁ ଟାର୍ଗେଟ୍ କରିଛନ୍ତି ଦୁର୍ବୃତ୍ତ। ସୂଚନା ଅନୁଯାୟୀ ଦୋକାନ ମାଲିକ ମୁରଲୀ ଆଚାରୀ ପ୍ରତେକ ଦିନ ଭୋଳି ଆଜି ମଧ୍ୟରେ ସକାଳେ ଦୋକାନ ଖୋଲିବାକୁ ଆସିଥିଲେ ଦୋକାନ ଖୋଲି ଭିତରକୁ ପ୍ରବେଶ କରିବା ବେଳେ କାନ୍ଥ ଖୋଳା ହେଇଛି ଏବଂ କିଛି ସାମଗ୍ରୀ ଏପଟେ ସେପଟେ ପଡ଼ି ରହିଛି। ତାପରେ ଦୋକାନର ପଛ ପଟେ କାନ୍ଥ ଖୋଳି ଦୁର୍ବୁତ୍ତ ଭିତରେ ପଶି ଚୋରି କରିଥିବା ଜଣାପଡିଥିଲା। ଏନେଇ ଦୋକାନରେ ଲାଗିଥିବା ସିସି ଟିଭି ଫୁଟେଜ ମଧ୍ୟ ରହିଛି। ଖବର ପାଇ ତୁରନ୍ତ ଏସଡ଼ିପିଓ ସନ୍ତୋଷିନୀ ଓରାମ,ମୁନିଗୁଡା ଥାନା ଅଧିକାରୀ ଲଳିତ ମୋହନ ସାଗର, ଏସଆଇ ଜିୟଚିନ୍ଦ୍ର ସାହୁ, ରବିନାରାୟଣ ସ୍ୱାଇଁଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ। ରାୟଗଡାରୁ ସାଇଣ୍ଟିଫିକ ଟିମ୍ ଓ ସନ୍ଧନୀ କୁକୁର ପହଞ୍ଚିଥିଲେ। ସନ୍ଧନୀ କୁକୁର ଦୋକାନର ଆଖପାଖ ସହ ବିଭିନ୍ନ ସ୍ଥାନ ବୁଲିଥିଲା। ରାୟଗଡା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟ କୁମାର ନନ୍ଦ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଦୋକାନରୁ ପ୍ରାୟ ଦଶ କେଜି ରୁପା, ୨୦ଗ୍ରାମ ସୁନା ସହ କିଛି ନଗଦ ଟଙ୍କା ଚୋରି ହୋଇଥିବା ଜଣାପଡିଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ ସୂତ୍ରରୁ ଜଣାପଡିଛି। ମୁନିଗୁଡା ସହର ଏକ ଜନ ଗହଳି ସହ ବ୍ୟବସାୟିକ ପେଣ୍ଠସ୍ଥଳି ହୋଇଥିବା ବେଳେ ଗତ କିଛି ମାସ ଧରି ମୁନିଗୁଡାରେ ସରକାରଙ୍କ ତରଫରୁ ଲାଗିଥିବା ଷ୍ଟ୍ରିଟ ଲାଇଟ ଗୁଡିକ ରକ୍ଷଣ ବ୍ୟକ୍ଷଣ ଅଭାବ ଯୋଗୁଁ ବନ୍ଦ ହୋଇପଡିଛି ଅନ୍ଧାରର ସୁଯୋଗ ନେଇ ଏହି ଚୋରି ହୋଇଥାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଥିବା ବେଳେ ରାତ୍ର ସମୟରେ ପୋଲିସ ପେଟ୍ରୋଲିଙ୍ଗକୁ ଆହୁରି ଅଧିକରୁ ଅଧିକ କରାଯାଉ ବୋଲି ଦାବି ହେଉଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ