ମା ମହାଲକ୍ଷ୍ମୀଙ୍କ ସୁବର୍ଣ୍ଣଜୟନ୍ତୀ ପୂଜା ମହାଡ଼ମ୍ବରରେ ଉଦଯାପିତ

କଟକ, (ଓ୍ବାଇଏନଏସ): କଟକ ସଦର ଥାନା ବ୍ରାହ୍ମଣଝରିଲୋ ବଜାରସାହି ମହାଲକ୍ଷମୀ ପୂଜାକାମିଟି ମା ମହାଲକ୍ଷ୍ମୀଙ୍କ ସୁବର୍ଣ୍ଣଜୟନୀ ପ୍ରତିଷ୍ଠାବର୍ଷଭାବେ ଚଳିତବର୍ଷ ପୂଜାକୁ ଅତି ଉତ୍ସାହ,ଉଦିପନା ଓ ଧୂମାଧମରେ ପାଳନ କରିଛି। ୧୯୭୫ମସିହା ଆଜିର ଦିନରେ ଶ୍ରଦ୍ଧାଳୁ କେଦାରନାଥ ଦାସ, ଜଜାତି ବେଜ, ଗଣେଶ ଚନ୍ଦ୍ର ସାହୁ ପ୍ରମ୍ମୁଖ ଉତ୍ସାହି ଭକ୍ତମାନଙ୍କ ଦ୍ୱାରା ବଜାରସାହିଠାରେ ମା ମହାଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରାଯାଇଥିଲା ଯାହା ଚଳିତବର୍ଷ ୫୦ବର୍ଷ ପୂରଣକରିବାସହ ସୁବର୍ଣଜୟନ୍ତୀ ପାଳନ କରୁଛି। ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପୂଜାକମିଟିର କର୍ମକର୍ତା,ବ୍ରାହ୍ମଣଝରିଲୋ ବଜାରକମିଟି ଓ ଗ୍ରାମବାସୀମାନେ ଉତ୍ସାହସହକାରେ ସାହାଯ୍ୟ ସହଯୋଗକରୀ ମାଆଙ୍କର ପାଞ୍ଚଦୀନବ୍ୟାପୀ ପୂଜାର୍ଚନା କରିବାସହ ଏକବର୍ନାଢ୍ୟ ଶୋଭାଯାତ୍ରାରେ ମାଆଙ୍କୁ ବିସର୍ଜନକରିଥିଲେ। ପୂଜାରଶେଷଦିନ ମାଆଙ୍କର ବିଶେଷ ଭୋଗ ଦହିପଖାଳ ଉପସ୍ଥିତ ଏକହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଇଥିଲା। ପୂଜାକମିଟି ବଜାରକମିଟି ଓ ଗ୍ରାମମୁରବୀମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛଦେଇ ସ୍ବର୍ଦ୍ଧନା କରାଯାଇଥିଲା।ବଜାରକମିଟି ସଭାପତି ଧର୍ମାନନ୍ଦ ଜେନା, ଗଦାଧର ସାହୁ, ଅଶୋକ ଦାସ, ମାଧବ ବେହେରା, ସୁଧାକର ସାହୁ, ବୈକୁଣ୍ଠ ଦାଶ, ରବୀନ୍ଦ୍ର ଦାଶ, ସୁକାନ୍ତ ସାହୁ, ଦୁର୍ଯ୍ୟୋଧନ ସାହୁ, ସୁକାନ୍ତ ବେଜ, ଚିତ୍ତରଞ୍ଜନ ମହାନ୍ତି, ଅରୁଣ ମହାନ୍ତି ପ୍ରମ୍ମୁଖ ପୂର୍ଣ୍ଣ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ