ସରକାରୀ ଧାନମଣ୍ଡି କାର୍ଯ୍ୟକ୍ଷମକୁ ଏକ ମାସ ପୁରିଲା: କିଣାଗଲାଣି ୮୮୭୭୧ କୁଇଣ୍ଟାଲ୍‍ ଧାନ

ଆସିକା (ୱାଇଏନ୍‍ଏସ୍‍) : ଆସିକା ବ୍ଳକ ଓ ଏନ୍‍ଏସି ପରିସରଭୁକ୍ତ ଅଞ୍ଚଳରେ ଗତ ଡିସେମ୍ବର ମାସ ୨୩ ତାରିଖରୁ ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା ବେଳେ ଦୀର୍ଘ ୧ ମାସ ମଧ୍ୟରେ ୨୪୦୧ ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ ସରକାରୀ ନିର୍ଦ୍ଧାରିତ ଦରରେ ୮୮୭୭୧.୦୨ କୁଇଣ୍ଟାଲ୍‍ ଧାନ କ୍ରୟ କରାଯାଇଥିବା ଜଣାପଡିଛି । ଆସିକା ଅଞ୍ଚଳରେ ଧାନମଣ୍ଡି ମାଧ୍ୟମରେ ଖରିଫ୍‍ ଧାନ କ୍ରୟ କାର୍ଯ୍ୟକ୍ରମ ଜାରି ରହିଥିଲା ବେଳେ ପ୍ରଶାସନ ପକ୍ଷରୁ ବ୍ଳକ ଓ ଏନ୍‍ଏସି ପରିସରଭୁକ୍ତ ଅଞ୍ଚଳର ୧୮ଟି ପ୍ରାଥମିକ ସେବା ସମବାୟ ସମିତି ଓ ୧୪ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଚାଷୀଙ୍କ ଠାରୁ ଧାନକ୍ରୟ କରାଯାଉଛି । ଗତ ଡିସେମ୍ବର ମାସ ୨୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଧାନକିଣା ପ୍ରକ୍ରିୟା ଦୀର୍ଘ ୧ ମାସ ଅର୍ଥାତ୍‍ ଜାନୁୟାରୀ ମାସ ୨୩ ତାରିଖ ସନ୍ଧ୍ୟା ସୁଦ୍ଧା ୨୪୦୧ ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ ୮୮୭୭୧.୦୨ କୁଇଣ୍ଟାଲ ଧାନକ୍ରୟ କରାଯାଇଥିବା ଜଣାପଡିଛି । ଚଳିତ ଖରିଫ୍‍ ଧାନସଂଗ୍ରହ ଋତୁରେ ମଣ୍ଡି ମାଧ୍ୟମରେ ଧାନବିକ୍ରୀ କରିବା ପାଇଁ ଆସିକା ଅଞ୍ଚଳରେ ୮୩୬୬ ଜଣ ଚାଷୀ ନାମ ପଞ୍ଜିକୃତ କରିଥିବା ବେଳେ ଆଗାମୀ ଦିନରେ ଧାନ କ୍ରୟ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଆସିକା ବ୍ଳକ ଓ ଏନ୍‍ଏସି ପରିସରଭୁକ୍ତ ଅଞ୍ଚଳରେ ମଣ୍ଡି ମାଧ୍ୟମରେ ଧାନ ବିକ୍ରୀ କରିବା ପାଇଁ ପଞ୍ଜିକୃତ ହୋଇଥିବା ଚାଷୀମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ତାହାକୁ ଦୃଷ୍ଟିରେ ରଖି ସମବାୟ ସମିତି ସମୂହ ଆସିକା ସର୍କଲର ସହକାରୀ ନିବନ୍ଧକ ବିଜୟ କୁମାର ସାହୁଙ୍କ ନେତୃତ୍ୱରେ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳୁଛି । ଚାଷୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ଆଧାରସଂଯୁକ୍ତ ଦେୟ ବ୍ୟବସ୍ଥା କରାଯାଇଥିଲା ବେଳେ ପ୍ୟାଡି ପ୍ରୋକ୍ୟୁରମେଣ୍ଟ ଅଟୋମେସନ୍‍ ସିଷ୍ଟମ୍‍ ସହ ସଂଯୁକ୍ତ ପ୍ରକୃତ ଚାଷୀମାନଙ୍କୁ ସେମାନଙ୍କ ଦେୟ ସରକାରୀ ନୀତିନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରଦାନ କରାଯିବା ସହ ଏ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରାଯାଉଥିବା ଦେଖିବାକୁ ମିଳୁଛି । ଆସିକା ବ୍ଳକ ଓ ଏନଏସି ପରିସର ଭୁକ୍ତ ଅଞ୍ଚଲରେ ଖରିଫ ଧାନ କିଣା ପ୍ରକ୍ରିୟା ଗତ ଡିସେମ୍ବର ମାସ ୨୩ ତାରିଖ ଠାରୁ ଆରମ୍ଭ ହୋଇସାରିଥିବା ବେଳେ ପ୍ରଶାସନ ପକ୍ଷରୁ ଚାଷୀଙ୍କ ଠାରୁ ସରକାରୀ ନିର୍ଦ୍ଧାରିତ ଦରରେ ଧାନ କିଣିବା ଲାଗି ୧୮ଟି ସେବା ସମବାୟ ସମିତି ଓ ୧୪ଟି ସ୍ୱୟଂସହାୟିକା ଗୋଷ୍ଟୀକୁ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି। ଧାନ ବିକ୍ରୀ ପ୍ରକ୍ରିୟାକୁ ଦଲାଲ୍ ମୁକ୍ତ କରିବା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳୁଛି। ମଣ୍ଡି ଗୁଡିକରେ ଚାଷୀ ମାନେ ଯେପରି ନିଜ ଧାନ ଶୃଙ୍ଖଳିତ ଓ ସ୍ୱଚ୍ଛତା ସହ ବିକ୍ରୀ କରିପାରିବେ ତାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଥିବା ଲକ୍ଷ୍ୟ କରାଯାଇଛି। ଚଳିତ ୨୦୨୫-୨୬ଖରିଫ ଧାନସଂଗ୍ରହ ଋତୁରେ ଆସିକା ବ୍ଳକ ୨୭ଟି ପଞ୍ଚାୟତ ଓ ଏନଏସିର ୧୮ଟି ୱାର୍ଡରେ ମଣ୍ଡି ମାଧ୍ୟମରେ ଧାନ ବିକ୍ରୀ କରିବା ପାଇଁ ୮୩୬୬ ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ଜଣାପଡିଛି। ଆସିକା ବ୍ଳକ ଓ ଏନ୍‍ଏସି ପରିସରଭୁକ୍ତ ଅଞ୍ଚଳରେ ଗତ ଡିସେମ୍ବର ମାସ ୨୩ ତାରିଖ ଠାରୁ ଧାନମଣ୍ଡି ଖୋଲିଥିବା ଥିବା ବେଳେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଧାନବିକ୍ରୀ, ଚାଷୀଙ୍କ ପ୍ରାପ୍ୟ ପ୍ରଦାନ, ପ୍ରାଥମିକ ସେବା ସମବାୟ ସମିତି ଓ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଧାନ କିଣିବା କ୍ଷେତ୍ରରେ ଚାଷୀମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ତାହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ପରାମର୍ଶକ୍ରମେ ସମବାୟ ବିଭାଗ, ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ, ସମନ୍ୱିତ ଶିଶୁ ବିକାଶ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ରାଜସ୍ୱ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ପଂଚାୟତିରାଜ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଇଥିବା ଜଣାପଡିଛି । ଗତ ୨୦୨୪-୨୫ ଖରିଫ୍‍ ଋତୁରେ ମଣ୍ଡି ମାଧ୍ୟମରେ ଧାନ ବିକ୍ରୀ କରିବା ପାଇଁ ୮୧୩୯ ଜଣ ପଞ୍ଜିକରଣ କରିଥିଲା ବେଳେ ସେମାନେ ୧୩୯୫୦ କୁଇଣ୍ଟାଲ୍‍ ଧାନ ବିକ୍ରୀ କରିଥିଲେ । ଗତ ଡିସେମ୍ବର ମାସ ୨୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଖରିଫ୍‍ ଧାନ ସଂଗ୍ରହ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଚଳିତବର୍ଷ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୬୯ ଏବଂ ଗ୍ରେଡ୍‍-ଏ ଧାନର ମୂଲ୍ୟ ୨୩୮୯ ଟଙ୍କା ରଖାଯାଇଖିଲା ବେଳେ ଚାଷୀଙ୍କୁ ଇନ୍‍ପୁଟ୍‍ ସହାୟତା ବାବଦରେ ୭୩୧ ପ୍ରଦାନ କରାଯାଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ