ଝୁମ୍ପୁରା ବ୍ଲକ ଅଞ୍ଚଳରେ ବେଧଡକ ଚାଲିଛି ଗୁଟୁକା ବ୍ୟବସାୟୀ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସରକାର ତରଫରୁ ଗୁଟୁକା ବ୍ୟବସାୟୀ ଉପରେ ରୋକ ଲଗାଇ ଥିଲେ ମଧ୍ୟ ସରକାର କରିଥିବା କଟକଣାକୁ ବ୍ୟବସାୟୀ ମାନେ ପାଳନ କରୁ ନଥିବା ଦେଖିବାକୁ ମିଳିଛି। ଯେଉଁ ବ୍ୟବସାୟୀ ବେଆଇନ ଭାବରେ ତମାଖୁ ଜାତୀୟ ପଦାର୍ଥ ବିକ୍ରୟ କରୁଛନ୍ତି ତାଙ୍କ ବିରୋଧରେ ସ୍ଥାନୀୟ ପୁଲିସ ପ୍ରଶାସନ କିମ୍ବା ଖାଦ୍ୟ ନିରୀକ୍ଷକ ମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ତମାଖୁ ଜାତୀୟ ଦ୍ରବ୍ୟ ଗୁଟୁକା, ସିଗାରେଟ ସହିତ ଅନ୍ୟ ତମାଖୁ କୁ ବ୍ୟବସାୟୀ ମାନେ ଖୋଲାଖୋଲି ବିକ୍ରି କରୁଥିବା ଦେଖିବାକୁ ମିଳିଛି ଝୁମ୍ପୁରା ବ୍ଲକ ଅଞ୍ଚଳ ରେ। ଝୁମ୍ପୁରା ବଜାରରେ ରହିଥିବା ପ୍ରତି ଦୋକାନ ରେ ଗୁଟୁକା ସିଗାରେଟ ବିକ୍ରି ଚାଲିଥିବା ଦେଖିବାକୁ ମିଳିଛି। ଗୁଟୁକା ଖାଉଥିବା ବ୍ୟକ୍ତି ମାନେ ଗୁଟୁକା ଖାଇବା ପରେ ସର୍ବସାଧାରଣ ବସୁଥିବା ସ୍ଥାନ ହେଉ ଅବା ବସ ରହଣି ସ୍ଥାନରେ ଖୁଟୁକା ଛେପ ପକାଇ ଅସନା କରୁଛନ୍ତି। ବସରେ ଯାତାୟତ କରୁଥିବା କିଛି ବ୍ୟକ୍ତି ମାନେ ଗୁଟୁକା ଖାଉଛନ୍ତି। ଏବଂ ଝରକା ପଟେ ଛେପ ପକାଉଛନ୍ତି ଯାହା ଫଳରେ ସାଇକଲ ବାଇକ ରେ ଯାତାୟତ କରୁଥିବା ବ୍ୟକ୍ତି ମାନଙ୍କ ଉପରେ ଗୁଟୁକା ଛେପ ପଡି ତାଙ୍କ ଦେହ ଅସନା ହେଉଥିବା ପରି ଅଭିଯୋଗ ଆସୁଛି। ବଜାରରେ ଅବାଧ ରେ ବିକ୍ରି ହେଉଥିବା ଗୁଟୁକାକୁ ବନ୍ଦ କରିବା ଦିଗରେ ସ୍ଥାନୀୟ ପୁଲିସ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ବଜାର ନାରଦପୁର, ବାଲିବନ୍ଧ,ମାଲଦା, ଅର୍ଶଳା,କଟଲ ପଶି, ଉଖୁଣ୍ଡା,ବାରିଆ, ବଡଡୁମୁରିଆ, ବଡପଶି, ବଡନେଉଳି, ଖୁଣ୍ଟାପଡା ଆଦି ସ୍ଥାନରେ ବେଧଡକ ଭାବେ ଗୁଟୁକା ବିକ୍ରି ହେଉଥିବା ଦେଖିବାକୁ ମିଳିଛି।ଗୁଟୁକା ବିକ୍ରି କୁ ବନ୍ଦ କରିବା ସହିତ ଗୁଟୁକା ବିକ୍ରି କରୁଥିବା ବ୍ୟବସାୟୀ ମାନଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ସ୍ଥାନୀୟ ପୁଲିସ ପ୍ରଶାସନ ସ୍ଵତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଜନସାଧାରଣ ରେ ଦାବି ହେଉଛି।