ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତାରେ ନୈତିକ ପ୍ରଥମ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡାର ଗରାପୁରସ୍ଥିତ ହୋଟେଲ ସ୍ୱୟଂସିଦ୍ଧାରେ ଅନୁଷ୍ଠିତ ଡାକ୍ତର ବୈଷ୍ଣବ ପରିଡା ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତାରେ ଜେନିଥ ଇଣ୍ଟରନ୍ୟାସନାଲ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର ନୈତିକ ସାମନ୍ତରାୟ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ରଘୁରାମ ଆର. ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ନୈତିକଙ୍କୁ ଟ୍ରଫି, ପ୍ରମାଣପତ୍ର ସହିତ ନଗଦ ୬ଶହ ଟଙ୍କା ପ୍ରଦାନ କରି ପୁରସ୍କୃତ କରିଥିଲେ। ନୈତିକ ହେଉଛନ୍ତି କେନ୍ଦ୍ରାପଡା ବ୍ଲକର ସହକାରୀ ଯନ୍ତ୍ରୀ ଇଂ ଚିନ୍ମୟୀ ସାହୁଙ୍କ ସୁପୁତ୍ର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ