’ହର୍ ଘର୍ ତ୍ରିରଙ୍ଗା’ ଓ ’ହର୍ ଘର୍ ସ୍ୱଚ୍ଛତା’ କାର୍ଯ୍ୟକ୍ରମ
ପୋଲସରା, (ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ “ହର୍ ଘର୍ ତିରଙ୍ଗା” ଓ “ହର୍ ଘର୍ ସ୍ୱଚ୍ଛତା କାର୍ଯ୍ୟକ୍ରମ ୧୩/୦୮/୨୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ର ଓ ଛାତ୍ରୀ ବୃନ୍ଦଙ୍କ ମଧ୍ୟରେ ପ୍ରବନ୍ଧ, ବକୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏନସିସି ଅଫିସର ଲେଫନାଣ୍ଟ ବିନତା କୁମାରୀ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କମିଟି ସଦସ୍ୟ ଦର୍ଶନଶାସ୍ତ୍ର ବିଭାଗ ଅଧ୍ୟାପକ ସେକ ଫରିଦ୍, ଓଡିଆ ବିଭାଗ ଅଧ୍ୟାପକ ଡକ୍ଟର ବିରଞ୍ଚି ନାରାୟଣ ରଥ ଓ ଅଧ୍ୟାପିକା ଡକ୍ଟର୍ ଜ୍ୟୋସ୍ନା ରାଣୀ ପଟ୍ଟନାୟକ, ପ୍ରାଣୀ ବିଜ୍ଞାନ ବିଭାଗ ଅଧ୍ୟାପକ ସ୍ୱାଭିମାନ ସାହୁ, ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ଡକ୍ଟର ରୋଜିତା ମିଶ୍ର, କ୍ରୀଡା ଶିକ୍ଷକ ଦୀପକ କୁମାର ସ୍ବାଇଁ ଏବଂ ସୁଜାତା ରାଣୀ ବେହେରା ପ୍ରଭୃତି ସହଯୋଗ କରିଥିଲେ। ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତାରେ ରଚନା ପ୍ରଧାନ – ପ୍ରଥମ, ବସୁନ୍ଧରା ପ୍ରଧାନ – ଦ୍ବିତୀୟ ଓ ପ୍ରୀୟଙ୍କ ରାଣୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବକୃତା ପ୍ରତିଯୋଗୀତାରେ ଇତିଶ୍ରୀ ପ୍ରଧାନ- ପ୍ରଥମ, ବନିତା ନାୟକ- ଦ୍ବିତୀୟ ଓ କାଜଲ୍ ଗୌଡ଼ – ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାରେ ଇନ୍ଦିରା ଶବର – ପ୍ରଥମ, ଭାରତୀ ନାହାକ – ଦ୍ବିତୀୟ ଓ ସଞ୍ଜିତା ଶବର- ତୃତୀୟ ସ୍ଥାନ ଅଧିକାର କରିଥିଲେ।